କୋରାପୁଟ, ୨୫/୦୧: କୋରାପୁଟ ଜିଲ୍ଲାରେ ଆମିଷ କଟକଣା ଉପରେ ଜିଲ୍ଲାପାଳଙ୍କ ୟୁଟର୍ଣ୍ଣ । ଲୋକଙ୍କ ବିରୋଧ ଏବଂ ସୋସିଆଲ୍ ମିଡିଆ ଚାପରେ ଚେପା ହେଲେ କଲେକ୍ଟର । ଲୋକଙ୍କ ଉପରେ ଲଦିଥିବା ଆମିଷ କଟକଣାକୁ ହଟାଇଛନ୍ତି । ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରେ ଜାରି ହୋଇଥିବା କଟକଣା ପ୍ରତ୍ୟାହାର କରିଛନ୍ତି କୋରାପୁଟ ଜିଲ୍ଲାପାଳ । ତାଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିଲା । ଏହାକୁ ବ୍ୟକ୍ତିଗତ ସ୍ବାଧୀନତାର ଉଲଂଘନ ବୋଲି ଅନେକ କହିଥିଲେ । ଏହାର ପରେ ନିଜ ନିଷ୍ପତ୍ତିରୁ ୟୁଟର୍ଣ୍ଣ ମାରିଛନ୍ତି କଲେକ୍ଟର ମନୋଜ ସତ୍ୟଓ୍ବାନ ମହାଜନ ।

୭୭ତମ ଗଣତନ୍ତ୍ର ଦିବସ ୨୦୨୬ ଉତ୍ସବ ଅବସରରେ କୋରାପୁଟ ଜିଲ୍ଲାରେ ମାଂସ, ଚିକେନ, ମାଛ, ଅଣ୍ଡା ଓ ଅନ୍ୟାନ୍ୟ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ନିଷେଧ ହୋଇଥିଲା । ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟରକୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି ହୋଇଥିଲା । ଉକ୍ତ ନିର୍ଦ୍ଦେଶ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ ପ୍ରସ୍ତୁତି କମିଟିର ସୁପାରିଶ ଆଧାରରେ ହୋଇଥିଲା  । ମାତ୍ର ଲୋକଙ୍କ ବିରୋଧ ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତିରୁ ୟୁଟର୍ଣ୍ଣ ମାରିଛନ୍ତି । ପରିସ୍ଥିତିକୁ ବିଟାର କରି ଆମିଷ ନିଷେଧ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ।...

ଅଧିକ ପଢ଼ନ୍ତୁ- ଭୁଶୁଡ଼ିଲା ରୋପଡ଼ା ତୋରସିଂ ପୋଲ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର୍​​​​​​​