PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଡିସେମ୍ବର ୧୫ରୁ କୋରାପୁଟ ଜିଲ୍ଲାରେ ଖୋଲିବ ମଣ୍ଡି, ପ୍ରାଥମିକ ପର୍ଯ୍ୟାୟରେ ୨୧ ଲକ୍ଷ ମେଟ୍ରିକ୍ ଟନ କ୍ରୟ ଲକ୍ଷ୍ୟ…

କୋରାପୁଟ,୧୮/୧୧(ଆପ୍ର): ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କେସିସି ବ୍ୟାଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଯୋଗାଣ ଅଧିକାରୀ ପ୍ରଦୀପ ପଣ୍ଡା, ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ବିଧାୟକମାନଙ୍କ ପ୍ରତିନିଧି, ମିଲ ମାଲିକ ମାନେ ଯୋଗଦେଇଥିଲେ । ଖରିଫରେ ୨୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ ରଖାଯାଇଛି ବୋଲି ଯୋଗାଣ ଅଧିକାରୀ ପଣ୍ଡା ସୂଚନା ଦେଇ କହିଛନ୍ତି । ଧାନ ବିକ୍ରୟ କରିବା ପାଇଁ ୪୪ ହଜାର ୧୫୦ ଜଣ ଚାଷି ପଞ୍ଜୀକୃତ କରିଥିବା ବେଳେ ୪୧ ହଜାର ୪୬୨ ଜଣ ଚାଷୀ ଠିକ୍ ଥିବା ସୋସାଇଟି ଓ ଡିଆରସିଏସ ପକ୍ଷରୁ ଭେରିଫିକେସନ କରାଯାଇଛି । ସେହିପରି ୨୬୮୫ ଜଣ ଚାଷୀଙ୍କ ଫର୍ମ ବାତିଲ କରଯାଇଛି ।

ସବୁଠୁ ଗୁରୁତ୍ବ ଭାବେ ଜିଲ୍ଲାରୁ ଧାନ ଚୋରା ଚାଲାଣ କୁ ରୋକା ଯିବା ନେଇ ଆଲୋଚନା ହୋଇଥିଲା । ଜିଲ୍ଲା ସୀମା ଅର୍ଥାତ୍ ନବରଂଗପୁର ସୀମା, ମାଲକାନାଗିରି ସିମା ସହ ଛତିଶଗଡ଼ ଓ ଆନ୍ଧ୍ରା ସୀମାରେ ଚେକ ଗେଟ୍ କରି ଚେକିଂ ଜୋରଦାର କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଡ଼ିସେମ୍ବର ୧୫ ତାରିଖରୁ ଜିଲ୍ଲାରେ ମଣ୍ଡି ଆରମ୍ଭ ହେବ । ଜୟପୁର ଉପଖଣ୍ଡରେ ୭୬ ଟି ମଣ୍ଡି ଓ କୋରାପୁଟ ଉପଖଣ୍ଡରେ ୨୮ ଟି ମଣ୍ଡି ମୋଟ ୧୦୪ ଟି ମଣ୍ଡି ରହିଛି । ବୈଠକରେ ଆଉ କିଛି ସ୍ଥାନରେ ମଣ୍ଡି ଖୋଲିବା ନେଇ ଦାବି ହୋଇଛି, ତେବେ ଘଟଣା ସ୍ଥଳ ପରିଦର୍ଶନ ପରେ ଏହାର ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା କହିଛନ୍ତି ।