ଏସଡିସି ସଦସ୍ୟଙ୍କ ଠାରୁ ୩ ଲକ୍ଷ ଲୁଟ୍ ଘଟଣା, ୩ ଲୁଟେରା ଗିରଫ

କୋରାପୁଟ, ୦୬/୦୨ : କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଦସ୍ୟ ପର୍ଶୁରାମ ମୁଦୁଲି ଗତ ୩୧ ତାରିଖରେ ଲୁଟର ଶିକାର ହୋଇଥିଲେ। ଏହି ଘଟଣାରେ କୋରାପୁଟ ପୁଲିସକୁ ବଡ଼ ସଫଳତା ମଳିଛି। ଏହି ଘଟଣାରେ ଟାଉନ ଥାନା ପୋଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୭୦ ହଜାର ୫୪୬ ଟଙ୍କା, ୨ ଟି ମଟରସାଇକେଲ, ୩ ଟି ମୋବାଇଲ ଫୋନ୍ ଓ ଲୁଟ୍ ହୋଇଥିବା ବିଭିନ୍ନ କାଗଜପତ୍ର ଜବତ ହୋଇଛି।
ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଧୀନ କରତାଲି ଗାଁର ଏ ଶିବା, ଗଣ୍ଡପାଲି ଗାଁର ଡି. ରାଜେନ୍ଦ୍ର ଓ ଏ ଅର୍ଜୁନ। ଏହି ଲୁଟେରା ଗ୍ୟାଙ୍ଗରେ ଜଣେ ସଦସ୍ୟ ଫେରାର ରହିଥିବା ଜିଲ୍ଲା ପୁଲିସ୍ ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏସପି ଅଭିନବ ସୋନକର ଏହି ସୂଚନା ଦେଇଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ମନୋଜ ପୁଝାରୀ, କୋରାପୁଟ ଟାଉନ୍ ଥାନା ଅଧିକାରୀ ଧିରେନ୍ ପଟ୍ଟନାୟକ, ଏସଆଇ ସୁଦର୍ଶନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।