କୋରାପୁଟ ଶିଶୁ ମନ୍ଦିର ଲାଇନ୍ରେ ଯୁବକଙ୍କ ଗଳା କାଟି ହତ୍ୟା

କୋରାପୁଟ, ୦୬/୦୨ : କୋରାପୁଟରେ ଚାଞ୍ଚଲ୍ୟ। କୋରାପୁଟ ସହର ଶିଶୁ ମନ୍ଦିର ଲାଇନ୍ରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ହେଲେ ବିଜୟ ପଣ୍ଡା। ଖବର ପାଇ ଏସପି ଅଭିନବ ସୋନକର, ଏସଡିପିଓ ମନୋଜ ପୁଝାରୀ ଓ ଟାଉନ୍ ଥାନା ଅଧିକାରୀ ଧିରେନ୍ ପଟ୍ଟନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ପଚରାଉଚୁରା କରୁଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି।

ତେବେ ଏହା ହତ୍ୟା ନା ଆଉ କିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୋରାପୁଟ ଏସପି କହିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।