ହକି ବିଶ୍ବକପ୍ରେ ବଡ ବିପର୍ଯ୍ୟୟ, ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ହରାଇ କ୍ବାର୍ଟର୍ ଫାଇନାଲରେ କୋରିଆ

ଭୁବନେଶ୍ବର ୨୩/ ୦୧: ହକି ବିଶ୍ବକପ୍ ୨୦୨୩ରେ ସୋମବାର ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କ୍ରସ୍ ଓଭର ମୁକାବିଲାରେ ନାଟକୀୟ ଢଙ୍ଗରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ହରାଇଛି କୋରିଆ । ଅପେକ୍ଷାକୃତ ଦୁର୍ବଳ କୋରିଆ ଚଳିତ ହକି ବିଶ୍ବକପ୍ରେ ସବୁଠାରୁ ବଡ ବିପର୍ଯ୍ୟୟ ଘଟାଇଛି । ପେନାଲିଟି ସୁଟ୍ଆଉଟ୍ ଆର୍ଜେଣ୍ଟିନାକୁ ହରାଇ କ୍ବାର୍ଟର୍ ଫାଇନାଲରେ ପ୍ରବେଶ କରିଛି ଦଳ ।

ପ୍ରଥମରୁ ପ୍ରଭାବ ବିସ୍ତାର କରିଥିବା ଆର୍ଜେଣ୍ଟିନା ଶେଷ କେଇ ମିିନିଟ୍ରେ ହିଁ ବିପର୍ଯ୍ୟୟ ଭୋଗିଥିଲା । କୋରିଆ ପକ୍ଷରୁ ଜାଙ୍ଗ ଜୋଙ୍ଗହ୍ବାଉନ୍ ୪୯ ଏବଂ ୫୫ତମ ମିନିଟ୍ରେ ଦୁଇଟି ଗୋଲ୍ ଦେଇ ବରାବର କରିଥିଲେ । ଯାହାକି ମୋଡ ବଦଳାଇଦେଇଥିଲା । ଶେଷରେ ପେନାଲିଟି ସଟଆଉଟ୍ରେ ୨-୩ରେ ହାର୍ ମାନିଥିଲା ଆର୍ଜେଣ୍ଟିନା ।
ଆର୍ଜେଣ୍ଟିନା ପକ୍ଷରୁ କାସେଲା ମାଇକୋ ସପ୍ତମ ମିନିଟରେ ପ୍ରଥମ ଗୋଲ୍ ସ୍କୋର କରିଥିଲେ । କୋରିଆର କିମ୍ ସୁଙ୍ଗହ୍ବାୟୁନ୍ ୧୭ତମ ମିନିଟରେ ପ୍ରଥମ ଗୋଲ୍ ଦେଇ ବରାବର କରିଥିଲେ । ପରେ ଆର୍ଜେଣ୍ଟିନାର କିନାନ୍ ନିକୋଲାସ ୨୦ତମ ମିନିଟରେ ଓ ୪୬ତମ ମିନିଟରେ ଦୁଇଟି ଗୋଲ୍ ଦେଇଥିଲେ । ଡେଲା ଟୋରେ ନିକୋଲାସ୍ ମଧ୍ୟ ୨୩ତମ ମିନିଟ ଓ ୪୦ତମ ମିନିଟରେ ଗୋଲ୍ ଦେଇଥିଲେ । ଅନ୍ୟପଟେ କୋରିଆ ପକ୍ଷରୁ ଜିଓଙ୍ଗ ଜୁନ୍ଓ୍ବୋ ୧୯ତମ ମିନିଟ୍ରେ, ଜାଙ୍ଗ ଜୋଙ୍ଗହ୍ବାୟୁନ୍ ୪୦ ଓ ୪୯ତମ ମିନିଟରେ ଦୁଇଟି ଓ ଲି ନାମ୍ ୟୋଙ୍ଗ ୫୫ତମ ମିନିଟରେ ଗୋଟିଏ ଗୋଲ୍ କରିଥିଲେ ।
Korea secures a dramatic victory against Argentina by winning on penalty shootouts. They go through to the quarterfinals of #HWC2023
— Hockey India (@TheHockeyIndia) January 23, 2023
🇦🇷 ARG 5:5 KOR 🇰🇷 (SO 2-3) pic.twitter.com/NFbbR2AOnG