ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଆସ୍ଥାଭୋଟରେ ୟେଦ୍ୟୁରପ୍ପାଙ୍କ ବିଜୟ ପରେ ଇସ୍ତଫା ଦେଲେ କର୍ଣ୍ଣାଟକ ବାଚସ୍ପତି ରମେଶ କୁମାର

ବେଙ୍ଗାଲୁର,୨୯।୭: କର୍ଣ୍ଣାଟକରେ ଗତ ଏକ ମାସ ଧରି ଜାରି ରହିଥିବା ରାଜନୈତିକ ସଙ୍କଟ ଆଜି ଶେଷ ହୋଇଛି। କର୍ଣ୍ଣାଟକ ବିଧାନସଭାରେ ୟେଦ୍ୟୁରପ୍ପା ସରକାର ଆସ୍ଥାଭୋଟରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ସଫଳ ହୋଇଛନ୍ତି। ଏହା ସହିତ  କର୍ଣ୍ଣାଟକ ବିଧାନସଭାର ଅଧ୍ୟକ୍ଷ କେଆର ରମେଶ କୁମାର ନିଜର ପଦରୁ ଇସ୍ତଫା ଦେଇଛନ୍ତି। ଏହି ସମୟରେ ବାଚସ୍ପତି କେଆର ରମେଶ କହିଥିଲେ, ମୁଁ ଏହି କାର୍ଯ୍ୟାଳୟରୁ ନିଜକୁ ମୁକ୍ତ କରିବାର ନିଷ୍ପତ୍ତି ନେଇଛି। ମୁଁ ଇସ୍ତଫା ଦେବାର ନିଷ୍ପତ୍ତି ନେଇଛି ବୋଲି କହିବା ସହ ଉପ-ବାଚସ୍ପତି କୃଷ୍ଣା ରେଡ୍ଡୀଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ।

wp:gallery {"ids":[30662]} /wp:gallery

ଉଲ୍ଲେଖନୀୟ ଯେ, ବାଚସ୍ପତି କେଆର କୁମାର ୧୪ ମାସ ଧରି କର୍ଣ୍ଣାଟକ ବିଧାନସଭାର ଅଧ୍ୟକ୍ଷତା କରିଥିଲେ। ଆଜି ନିଜ ପଦବୀରୁ ଇସ୍ତଫା ଦେବା ସହ ସେ କହିଥିଲେ, ମୁଁ ନିଜର ବିବେକ ଏବଂ ସମ୍ବିଧାନ ଅନୁସାରେ କାମ କରିଛି। ମୁଁ ନିଜର ପଦର ଗାରିମାକୁ ନିଜର ସମ୍ପୂର୍ଣ୍ଣ କ୍ଷମତା ସହିତ ରଖିବାର ଚେଷ୍ଟା କରିଛି।’

wp:gallery {"ids":[30663]} /wp:gallery

ଉଲ୍ଲେଖନୀୟ ଯେ, ଆଜି ୟେଦ୍ୟୁରପ୍ପା ସରକାର ବିଧାନସଭାରେ ଆସ୍ଥାଭୋଟରେ  ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ସମୟରେ ବିରୋଧୀଙ୍କ ପକ୍ଷରୁ ମତ ବିଭାଜନ ଦାବି କରାଯାଇନଥିଲା। ୟେଦ୍ୟୁରପ୍ପା ସରକାର ଏହି ବହୁମତ ଧ୍ବନିମତରେ ଜିତିସାରିଛନ୍ତି। ୨୦୭ ବିଧାୟକ ଥିବା କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ୧୦୪ ସଂଖ୍ୟାକୁ ପାର କରିବାର ଥିଲା, ଯାହାକୁ ବିଜେପି ସରକାର ପାର କରିଦେଇଛନ୍ତି।

Copyright © 2022 - Summa Real Media Private Limited. All Rights Reserved.