କ୍ରିଷ୍ଣା ଜୁଏଲର୍ସର ସଟର ଭାଙ୍ଗି ଲୁଟ, ସିସିଟିଭିରେ କଏଦ ହେଲା ଲୁଟେରାଙ୍କ କାରନାମା

ନିଶ୍ଚିନ୍ତକୋଇଲି ୨୭/୦୧: ବିଳମ୍ବିତ ରାତିରେ କଟକ-କେନ୍ଦ୍ରାପଡା ରାସ୍ତାର କଟିକଟା ବଜାର ସ୍ଥିତ କ୍ରିଷ୍ଣା ଜୁଏଲାରୀ ଦୋକାନରୁ ତାଲା ଭାଙ୍ଗି ୮ ରୁ ୧୦ ଜଣ ଲୁଟେରା ଲୁଟି ନେଲେ ୧୦ ଲକ୍ଷ ଟଙ୍କା ରୁ ଅଧିକ ସୁନା,ରୂପା ଗହଣା ଓ ନଗଦ ୯୦ ହଜାର ଟଙ୍କା। ଲୁଟେରାଙ୍କ ଲୁଟ୍ ସମୟର ଘଟଣା ସିସିଟିଭିରେ କଏଦ୍ ହୋଥଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାର ଅଞ୍ଚଳରେ ।

ସୂଚନା ମୁତାବକ, କ୍ରିଷ୍ଣା ଜୁଏଲାରୀ ଦୋକାନ ସଟରକୁ ଶାବଳରେ ଭାଙ୍ଗି ଲୁଟ କଲେ ୮ରୁ ୧୦ ଦୁର୍ବୃତ୍ତ। ୧୦ ଲକ୍ଷ ଟଙ୍କା ରୁ ଅଧିକ ସୁନା,ରୂପା ଗହଣା ସହ ନଗଦ ୯୦ ହଜାର ଟଙ୍କା ଲୁଟି ନେଲେ। ଲୁଟ ବେଳର ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ଖବର ପାଇ ଦୋକାନ ମାଲିକ ଆସି ପହଞ୍ଚିଲା ବେଳକୁ ଦୋକାନରୁ ସବୁ ଲୁଟ୍ ହୋଇ ଯାଇଥିଲା। ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ରୁ ଯାହା ଜଣା ଯାଉଛି ଲୁଟ୍ କରୁଥିବା ଲୁଟେରା କମ୍ ବୟସର ଯୁବକ ବୋଲି। ତେଣୁ ବାରମ୍ବାର ଏହି ଅଞ୍ଚଳରେ ଲୁଟ୍, ରାହାଜାନୀ ଓ ଛିନତାହି ଭଳି ଅଘଟଣ ଘଟୁଥିଲେ ମଧ୍ୟ ପୋଲିସର କୌଣସି ଠୋସ୍ ପଦକ୍ଷେପ ନହେବାରୁ ଦିନକୁ ଦିନ ଏଭଳି ଘଟଣା ଦେଖିବାକୁ ମିଳୁଛି।
