ନୂଆଦିଲ୍ଲୀ : ଆଇପିଏଲର ୨୪ତମ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ । ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଆଜିର ମ୍ୟାଚରେ ରୋହିତ ଶର୍ମା ଖେଳୁନାହାନ୍ତି । ଘରୋଇ ଷ୍ଟାଡିୟମ ଓ୍ବାଖଡ଼େରେ ଖେଳାଯାଉଥିବାବେଳେ ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ୟ ରଖିଛି । ଲଗାତାର ତିନୋଟି ପରାଜୟ ପରେ ଦଳ ଜିତିବା ପାଇଁ ବ୍ୟାକୁଳ ।
ମୁମ୍ବାଇ ପ୍ରଥମ ମ୍ୟାଚରେ କୋଲକାତାକୁ ହରାଇଥିଲା । ଏହାପରେ ଦଳ ଯଥାକ୍ରମେ ରାଜସ୍ଥାନ, ଦିଲ୍ଲୀ ଓ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇ ସାରିଛି । ଦଳରେ ବହୁ ତାରକା ଖେଳାଳତି ରହିଥିଲେ ହେଁ କୌଣସି ରଣନୀତି ଫଳପ୍ରଦ ସାବ୍ୟସ୍ତ ହୋଇ ନାହିଁ । ଯଶପ୍ରୀତ ବୁମରା ଏପର୍ଯ୍ୟନ୍ତ ଗୋଟିଏ ହେଲେ ୱିକେଟ୍ ହାସଲ କରିପାରି ନଥିବାବେଳେ ଟ୍ରେଣ୍ଟ ବୋଲ୍ଟ ବ୍ୟୟ ବହୁଳ ସାବ୍ୟସ୍ତ ହେଉଛନ୍ତି । ୪ମ୍ୟାଚ୍ ଖେଳି ସାରିଥିଲେ ହେଁ ମୁମ୍ବାଇ ଏପର୍ଯ୍ୟନ୍ତ ଉପଯୁକ୍ତ ସ୍ପିନର ଚୟନ କରିବାରେ ବିଫଳ ହୋଇଛି । ମିଚେଲ ସାଣ୍ଟନରଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ବାମ ହାତି ସ୍ପିନର ମଧ୍ୟ ଉପାୟଶୂନ୍ୟ ମନେ ହେଉଛନ୍ତି । ତେଣୁ ମୁମ୍ବାଇକୁ ବିଜୟ ଧାରାକୁ ଫେରିବାକୁ ହେଲେ ଅନେକ ତ୍ରୁଟଇ ସୁଧାରିବାକୁ ପଡ଼ିବ ।
ପଞ୍ଜାବ ୪ଟି ମ୍ୟାଚ ଖେଳି ୭ ପଏଣ୍ଟ ଅର୍ଜନ କରିସାରିଛି । ସବୁ ବିଭାଗର ପ୍ରଦର୍ଶନ ଉନ୍ନତ ରହିଛି । ତଥାପି ମଧ୍ୟ କ୍ରମ ବ୍ୟାଟିଂରେ ଦୁର୍ବଳତା ରହିଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଉପରଭାଗ ବ୍ୟାଟରଙ୍କୁ ସହଳ ଆଉଟ୍ କରିପାରିଲେ ପଞ୍ଜାବକୁ ହରାଇବା ସହଜ ହେବ । ପୂର୍ବ ରେକର୍ଡ ମଧ୍ୟ ବେଶ୍ ଆକର୍ଷଣୀୟ ରହିଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୪ଥର ଭେଟିଛନ୍ତି ଓ ୧୭ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଗତ ବର୍ଷ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ ଓ ପଞ୍ଜାବ ଉଭୟ ମ୍ୟାଚ ଜିତିଥିଲା । ଏଥର ମୁମ୍ବାଇ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।
ଏହାସହ ପଢ଼ନ୍ତୁ : ଠକାମୀର ଶିକାର ହେଲେ ପ୍ରେମିକ ପାଇଁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିବା ମହିଳା