ଅକ୍ଷୟ କୁମାର ଲଞ୍ଚ କଲେ ନିଜର ଫ୍ୟାଶନ ବ୍ରାଣ୍ଡ୍, ପ୍ରଥମଥର ଦେଖାଇଲେ ନିଜ ଘର

ମୁମ୍ୱାଇ : ବଲିଉଡ୍ର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଲଞ୍ଚ କରିବେ ଫ୍ୟାଶନ ବ୍ରାଣ୍ଡ। ଫିଲ୍ମରେ ଧମାକା ମଚାଇବା ପରେ ଏବେ ଅକ୍ଷୟ କୁମାର ନିଜର ଏକ ଫ୍ୟାଶନ ବ୍ରାଣ୍ଡ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ବ୍ରାଣ୍ଡର ନାମ ଫୋର୍ସ ନାଇନ୍ ( Force IX)। ଏହି କଥାର ଖୁଲାସା କରି ଅକ୍ଷୟ ନିଜର ନୂଆ ଭିଡ଼ିଓ ସେୟାର କରିଛନ୍ତି। ଏହା ପ୍ରଥମ ଥର ଯେବେ ଅକ୍ଷୟ କୁମାରଙ୍କୁ କୌଣସି ଭିଡ଼ିଓରେ ନିଜ ଘରେ ଦେଖିବାକୁ ମିଳିଛି।
ଉକ୍ତ ଭିଡ଼ିଓ ଅକ୍ଷୟ କୁମାର କହିଛନ୍ତି-ତୁମକୁ ଜଣା ଏହା ମୋର ପ୍ରଥମ ଇଣ୍ଟରଭ୍ୟୁ ,ଯାହା ମୋ ଘରେ ହେଉଛି। ଆଜିସୁଦ୍ଧା ମୁଁ ଘରେ କୌଣସି ସାକ୍ଷାତକାର କରିନାହିଁ । ଏହାପରେ ଅଭିନେତାଙ୍କୁ ପଚରାଗଲା କି ସେ ବ୍ରାଣ୍ଡ ନାମ ଫୋର୍ସ ନାଇନ୍ ହିଁ କାହିଁକି ରଖିଲେ ? ସେ କହିଲେ , ଦେଖ ସବୁଠୁ ବଡ଼ ଫୋର୍ସ ହୋଇଥାଏ , ଯାହା ପୂରା ବ୍ରହ୍ମାଣ୍ଡକୁ କଣ୍ଟ୍ରୋଲ କରିଥାଏ । ଦ୍ୱିତୀୟ ଫୋର୍ସ ମଦର ନେଚର . ୩ୟ ଆମର ଆର୍ମଡ୍ ଫୋର୍ସ। ମୋ ପିତା ଆର୍ମଡ୍ ଫୋର୍ସ ଥିଲେ। ମୋର ଲକି ନମ୍ୱର ୯। ମୋର ବାର୍ଥଡେ ଏହି ଦିନ ହୋଇଥାଏ। ଏଥିପାଇଁ ମୁଁ ଦୁଇକୁ ମିଶାଇ ଦେଲି। ମୁଁ ଏହାକୁ ମୋର ଇମୋସନ ସହ କରିବାକୁ ଚାହୁଁଛି । ଯଦି ତୁମେ ତଳକୁ ଦେଖିବ ଏପଟେ Engineered With Emotion ଲେଖା ଅଛି।
ଅକ୍ଷୟ ଏହାପରେ ନିଜର ୱାର୍ଡରୋବ୍ ଦେଖାଇଛନ୍ତି । ସେ କହିଛନ୍ତି କି ମୋର ଇଚ୍ଛା ଟ୍ରାକ୍ ପ୍ୟାଣ୍ଟସ ,ପତଳା ଟି-ସାର୍ଟ ଭଳି ହାଲକା କପଡ଼ା ପିନ୍ଧିବାକୁ ।ଯେଉଁଥିରେ କଲର ବି ଥିବ , ଆଉ ଆରାମ ବି ଲାଗୁଥିବ। ମୁଁ ସାରାଦିନ ଏହା ପିନ୍ଧିବାକୁ ଭଲପାଏ । ଅକ୍ଷୟଙ୍କର କହିବା ହେଲା କି ତାଙ୍କ ସହ ୟଙ୍ଗ ଡିଜାଇନରଙ୍କ ଟିମ୍ ବି ଯୋଡ଼ି ହୋଇଛନ୍ତି, ଯିଏ କି ଇମୋସନାଲି ଏଥିରେ କାମ କରିବାକୁ ଯାଉଛନ୍ତି। ଯଦି ଅକ୍ଷୟ ଏହାକୁ ନିଜେ ପିନ୍ଧିବେ ତ ସେ ଏହାକୁ ଅନ୍ୟ ମାନଙ୍କ ପାଇଁ ଆଣିବେ। ଏହିସବୁ କପଡ଼ା ଭାରତରେ ହିଁ ତିଆରି ହେବ।
ଅନ୍ୟପଟେ ପ୍ରୋଜେକ୍ଟ କଥା ଯଦି କହିବା ତ ଅକ୍ଷୟ କୁମାରଙ୍କ ପାଖରେ ଏହି ସମୟରେ ଅନେକ ଗୁଡ଼ିଏ ଫିଲ୍ମ ଅଛି। ନକଟରେ ତାଙ୍କର ନୂଆ ଫିଲ୍ମ ବେଦତ ମରାଠେ ବୀର ଦୌଡଲେ ସାତ୍ ର ପ୍ରଥମ ଲୁକ୍ ଆସିବଛି । ଏହି ଫିଲ୍ମରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜ ଭାବେ ନଜର ଆସିବେ।