PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଗଛରେ ଧକ୍କା ହୋଇ ଜଳିଗଲା ବୋଲେରୋ, ଜଣେ ମୃତ ୩ ଗୁରୁତର

ଲଇକେରା,୨୪/୦୧: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କର୍ଲାଖମନ ନିକଟ ଡୁମେରମୁଣ୍ଡା ଛକ ନିକଟରେ ଗତକାଲି ରାତି ଏକ ବେଲେରୋ ଗଛରେ ପିଟି ହୋଇ ଜଳିଯାଇଛି । ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଗଡ଼ପୋଷ ଅଞ୍ଚଳର ସୁରେଶ ଲୁଗୁନ (୩୫) ବୋଲି ଜଣାପଡ଼ିଛି । ଗୁରୁତର ସେହି ଅଞ୍ଚଳର ସୁନେ ଲୁଗୁନ (୨୦), ପ୍ରମୋଦ ଏକ୍କା (୨୨) ଓ ନବୀନ ଲୁଗୁନ (୨୫) । ଗୁରୁତରଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗଛରେ ବେଲେରୋ ପିଟି ହେବା ପରେ ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରାର ମାରିଥିବା ଚର୍ଚ୍ଚା ହେଉଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନାନୁସାରେ ଗଡ଼ପୋଷ ଅଞ୍ଚଳର ଡେଟାପଡ଼ା ଓ ପରମାଣପୁରର ଯୁବକମାନେ ବେଲେରୋ (ଓଡି ୧୪ଜେଡ୍‌ ୧୦୬୨) ଯୋଗେ ସିମଡେଗାକୁ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ରାତି ପ୍ରାୟ ୯ଟା ୪୫ ମିନିଟରେ ବେଲେରୋ ଭାରସାମ୍ୟ ହରାଇ ଡୁମେରମୁଣ୍ଡା ଛକ ନିକଟ ଏକ ଗଛରେ ପିଟି ହୋଇଥିଲା । ଏଥିରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର୍‌ ଫେରାର ମାରିଥିବା ବେଳେ ୩ ଜଣ ଯୁବକ ଗାଡ଼ିରୁ ନିଜେ ବାହାରି ପଡ଼ିଥିଲେ । ଗାଡ଼ି ଭିତରେ ସୁରେଶ ଫଶି ରହି ଯାଇଥିଲେ । ହୁତୁହୁତୁ ହୋଇ ଗାଡ଼ି ଜଳିଯିବାରୁ ସୁରେଶ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଗାଡ଼ିରୁ ବାହାରି ପଡ଼ିଥିବା ଗୁରୁତର ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଡ଼ପୋଷ ଡାକ୍ତରଖାନା ପଠାଯାଇଥିଲା । ଖବର ପାଇ ପୁଲିସ୍‌ ଓ କୁତ୍ରାରୁ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ନିଆଁ ଲିଭାଇବା ବେଳକୁ ବଲେରୋ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିଲା । ଗାଡ଼ି ଭିତରୁ ସୁରେଶଙ୍କ ଶବ ବାହାର କରାଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର