ଫିରିଙ୍ଗିଆ,୨୬/୦୮: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଲୁଇସିଂ ଅଞ୍ଚଳରେ କୁଇ ସମାଜ ପକ୍ଷରୁ ଏକ ଉପଶାଖା ଗୃହ ନିର୍ମାଣ ପାଇଁ ଭୂମି ପ୍ରଦାନ କରିବାକୁ ଦାବି। ଏନେଇ ଲୁଇସିଂ ଉପଶାଖାର ଏକ ପ୍ରତିନିଧି ଦଳ ଫିରିଙ୍ଗିଆ ତହସିଲଦାର ଜ୍ୟୋତି ପ୍ରକାଶ ସେଠିଙ୍କୁ କାର୍ଯ୍ୟାଳୟରେ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।
କୁଇ ସମାଜ ଉପଶାଖା, କୁଇ ସମାଜ ସେବା ସମିତିର ଅଂଶ ବିଶେଷ ହୋଇଥିବା ବେଳେ ୨୫ କିଲୋମିଟର ଦୂରରେ ଗୋଚ୍ଛାପଡ଼ାଠାରେ କୁଇ ସମାଜର ଏକ ଶାଖା କାର୍ଯ୍ୟାଳୟ ରହିଛି । ଲୁଇସିଂ ଅଞ୍ଚଳରେ କୋଡିଏରୁ ଅଧିକ ରାଜସ୍ବ ଗ୍ରାମ ରହିଛି। ଯେଉଁଠାରେ ୬ଶହରୁ ଅଧିକ ଘର ସଂଖ୍ୟା ମଧ୍ୟ ରହିଛି । ସାଧାରଣ ଭାବରେ କୁଇ ସମାଜର ଘର ଖଣ୍ଡିଏ କିମ୍ବା ଜାଗାଟିଏ ନଥିବାରୁ ବୈଠକ ମଧ୍ୟ ହୋଇ ପାରୁନାହିଁ । ଯାହାକୁ ନେଇ କୁଇ ସମାଜ ଲୁଇସିଂ ଉପଶାଖା ତରଫରୁ ଏକ ବୈଠକ କରିବା ସହ ଉପଶାଖା ସଭାପତି ରାମଚନ୍ଦ୍ର ମଲିକଙ୍କ ନେତୃତ୍ୱରେ ଏକ ଟିମ୍ ଫିରିଙ୍ଗିଆ ତହସିଲଦାରଙ୍କ କାର୍ଯ୍ୟାଳୟଠାରେ ଭେଟିଛନ୍ତି । ଏଥିସହ ଗୃହ ନିର୍ମାଣ ପାଇଁ ଜମି ପ୍ରଦାନ ସହ ରେକର୍ଡ ଭୁକ୍ତ କରିବାକୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଉପଶାଖାର ଉପସଭାପତି ପାନାରା କହଁର, ସମ୍ପାଦକ ଜୟରାମ ମଲିକ, ସହ ସମ୍ପାଦକ ଘାସିରାମ ସାହୁ, ଉପଦେଷ୍ଟା ଭୁବନେଶ୍ୱର ସାହୁ,ସହ-ସମ୍ପାଦକ ଗୋବିନ୍ଦ ମଲିକ, ଯୁବସଭ୍ୟ ସୁଶାନ୍ତ ସାହୁଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।