PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ନୀଳଗିରି ସହରରେ ଆତଙ୍କ ଖେଳାଇଲା କୁଳଡିହା ଦନ୍ତା , ଭାଙ୍ଗିଲା ଘର… ଲୋକେ ଆତଙ୍କିତ

ନୀଳଗିରି  – ନୀଳଗିରି ସହରକୁ ଗୁରୁବାର ରାତିରେ କୁଳଡିହା ଦନ୍ତା ପଶି ଆତଙ୍କ ଖେଳାଇଛି। ଅଞ୍ଚଳବାସୀ ଦନ୍ତାକୁ ହଠାତ ଦେଖି ଭୟଭୀତ ହୋଇ ଯାଇଥିଲେ। ପ୍ରଥମଥର ନୀଳଗିରି ସହରକୁ ହାତୀ ପ୍ରବେଶ କରିଛି। ସୁଚନାଯୋଗ୍ୟ ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟରୁ ହାତୀପଲ ବିଭିନ୍ନ ଗାଁକୁ ପଶି ଉପଦ୍ରବ କରୁଥିବା ବେଳେ ଗତକାଲି ରାତି ୯ଟା ସମୟରେ ଏକ ଦନ୍ତାହାତୀ ମିରିଗିଣୀ ଦେଇ ନୀଳଗିରି ଘାଟଘରସାହି ଅଞ୍ଚଳରେ ପ୍ରବେଶ କରିଥିଲା।

ପରେ ରାଜାବଗିଚା ଅଞ୍ଚଳରେ ବ୍ୟାପକ ଉପଦ୍ରବ କରିଥିଲା। ହାତୀ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିବା ବେଳେ ବନବିଭାଗ ସେଠାରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲା। ହେଲେ ହାତୀଟି ଲୋକମାନଙ୍କୁ ଆକ୍ରମଣ କରିବାକୁ ଗୋଡାଉଥିଲା। ଘାଟଘରସାହି ଅଞ୍ଚଳର ବନବିହାରୀ ପ୍ରଧାନଙ୍କ ଘର ଭିତରକୁ ଗ୍ରୀଲଭାଙ୍ଗି ପଶିବାକୁ ଦନ୍ତା ଚେଷ୍ଟା କରୁଥିବା ବେଳେ ବନବିଭାଗ ଓ ଅଞ୍ଚଳବାସୀ ଘଉଡାଇବାରୁ ସ୍ଵର୍ଣ୍ଣଚୁଡ଼ ପାହାଡ଼ ଆଡକୁ ପଳାଇଥିଲା। ସେଠାରୁ ନୀଳଗିରି ହସ୍ପିଟାଲ ପଛ ଚିମିଟିଭାଟି ଗାଁକୁ ଦନ୍ତା ରାତି ୨ ଟା ସମୟରେ ପଶିଥିଲା। ସେଠାରେ ଭଜ ମୁର୍ମୁଙ୍କ କାଁଥ ଭାଙ୍ଗି ଆସବାପତ୍ର ନଷ୍ଟ କରିବା ପରେ ସୁବ୍ରତ ମୁର୍ମୁଙ୍କ ଘରପିଣ୍ଡାରେ ଥିବା ଧାନବୁରା ୪ଟି  ଚିରି ଖାଇବା ସହ କିଛି ନେଇ ଜଙ୍ଗଲକୁ ପଳାଇ ଥିଲା।

କୂଳଡିହା ଦନ୍ତା ଭୟରେ ରାତିସାରା ଲୋକେ ଉଜାଗର ହୋଇ ରହିଥିବା ଜଣାପଡିଛି । ତେବେ ଗାଁ ସୁରକ୍ଷା ଓ ହାତୀର ଗତିବିଧି ପାଇଁ ନୀଳଗିରି ରେଞ୍ଜର ଆଇସା ଏ ନିଶା ଓ କୁଳଡିହା ରେଞ୍ଜର ଅନନ୍ତ କୁମାର ଜେନା ପହଞ୍ଚି ବନକର୍ମଚାରୀ ନେଇ ରାତିରେ ନିୟୋଜିତ ଥିବାବେଳେ ହାତଟି ସ୍ଵର୍ଣ୍ଣଚୁଡ଼ ପାହାଡ଼ କଡ଼ଦେଇ ଧୋବଶିଳା ପଞ୍ଚାୟତ ଡାହିସାହି ପାଖ ଜଙ୍ଗଲକୁ ଯାଇଥିବା ଜଣାପଡିଛି।