ଭୁବନେଶ୍ୱର,୯ା୨(ବ୍ୟୁରୋ): ପ୍ରସଦ୍ଧି ଖଣ୍ଡଗରିି କୁମ୍ଭମେଳାକୁ ଆଉ ମାତ୍ର ୩ ଦିନ ରହିଲା । ଏଥର ଖଣ୍ଡଗିରି ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ କମିଶନରେଟ୍ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଖଣ୍ଡଗିରି ମୁଣ୍ଡିଆ ରାସ୍ତାରେ ଏକ ପୁଲିସ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ମେଳା ଭିଡ଼କୁ ନଜର ରଖିବ ସିସି କ୍ୟାମେରା । ଏଥିପାଇଁ ମେଳାର ୧୬ଟି ସ୍ଥାନରେ ସିସି କ୍ୟାମେରା ଲଗାଯିବ । ପୁଲିସ କଣ୍ଟ୍ରୋଲ ରୁମ୍ରେ ସମସ୍ତ ସିସି କ୍ୟାମେରା ଉପରେ ନଜର ରଖାଯିବ । ମେଳା ପାଇଁ ୧୦ ଜଣ ଅଫିସରଙ୍କ ସମେତ ୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ । ସେଥିରେ ସାଦା ପୋଷାକଧାରୀ ଏବଂ ମହିଳା ପୁଲିସ ମଧ୍ୟ ନିୟୋଜିତ ରହିବେ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ପୁଲିସ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ଉଭୟ ଖଣ୍ଡଗିରି ଓ ଉଦୟଗିରି ମୁଣ୍ଡିଆର ବିଭିନ୍ନ ସ୍ଥାନରେ ପୁଲିସ ଜଗି ରହିବେ । ଯାତ୍ରା କମିଟି ଗୁଡ଼ିକ ଟେଣ୍ଟ୍ ଭିତରେ ଏବଂ ଗେଟ୍ ମୁହଁରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି ।
{"id":3005}
ଏଥିସହ ପ୍ରତ୍ୟେକ ପେଣ୍ଡାଲ ସମ୍ମୁଖରେ ପୁଲିସ ଏଡ୍ ପୋଷ୍ଟ ରହିବ । ପ୍ରତ୍ୟେକ ଯାତ୍ରା କମିଟିର ଦୁଇଜଣ ସଭ୍ୟ ପୁଲିସକୁ ସହାୟତା କରିବା ପାଇଁ ସ୍ୱତନ୍ତ୍ର ଭାବେ ନିୟୋଜିତ ରହିବେ । କୌଣସି ଅଘଟଣ ଘଟିଲେ ସେମାନେ ସଙ୍ଗେ ସଙ୍ଗେ ପୁଲିସକୁ ଜଣାଇବେ । ସେମାନଙ୍କୁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯିବ ବୋଲି ଖଣ୍ଡଗିରି ଥାନା ଅଧକିାରୀ ହମିାଂଶୁ ଭୂଷଣ ସ୍ୱାଇଁ ସୂଚନା ଦେଇଛନ୍ତି । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୂଜାଙ୍କ ମହୋତ୍ସବଠାରୁ ଆରମ୍ଭ କରି ମାଘ ସପ୍ତମୀ ଦିନ ଠାକୁର ଅନନ୍ତ କେଶରୀଙ୍କ ଯାତ୍ରା ପର୍ଯ୍ୟନ୍ତ ଚିରାଚରିତ ଢଙ୍ଗରେ ପାଳନ କରାଯିବା ପାଇଁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ । ସେହିପରି ମୁଣ୍ଡିଆକୁ ଯିବା ରାସ୍ତାରେ ନିର୍ମାଣ ହୋଇଥିବା ଲୁହା ବ୍ୟାରିକେଡ୍କୁ ମେଳା ଶେଷ ପର୍ଯ୍ୟନ୍ତ ଉଠାଇ ଦିଆଯିବ । ଭିଡ଼କୁ ଲକ୍ଷ୍ୟ ରଖି ଜାତୀୟ ରାଜପଥର ଦୁଇ ପାଶ୍ୱର୍ରେ ବାଉଁଶ ବ୍ୟାରିକେଡ୍ ନିର୍ମାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।