PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

୨୬ ଥର ଛୁରି ଭୁସିଲେ, ହାତୁଡିରେ ମୁଣ୍ଡକୁ ଫଟାଇ ବାହାର କରିଦେଲେ ଆଖି

ମୁମ୍ବାଇ,୨୮।୧୧:ମୁମ୍ବାଇରକୁର୍ଲାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବରେ ହତ୍ୟା ମାମଲା ସାମନାକୁ ଆସିଛି। ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ପଚରା ଉଚରା ପରେ ପୋଲିସ କହିଛି ଯେ, ଯୁବତୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ପୀଡିତାଙ୍କ ଶରୀରକୁ ୨୬ ଥର ଛୁରୀରେ ଆକ୍ରମଣ କରିଛନ୍ତି। କେବଳ ସେତିକିରେ ତାଙ୍କ ମନ ବୁଝି ନଥିଲା ଅଭିଯୁକ୍ତମାନେ ଯୁବତୀଙ୍କ ମୁଣ୍ଡକୁ ହାତୁଡିରେ ପିଟି ଫଟାଇ ଇେଥିଲେ। ଫଳରେ ଯୁବତୀଙ୍କ ଗୋଟିଏ ଆଖି ମଧ୍ୟ ବାହାରକୁ ଚାଲିଆସିଛି।

ପୋଲିସ ଏହି ମାମଲାରେ ଅଭିଯୁକ୍ତ ରିଜବାନ ଶେଖ ଓ ତା’ର ସାଙ୍ଗ ଫୈଜଲ ଶେଖ୍‌କୁ ଗିରଫ କରିଛି। ପୋଲିସର କହିବା ଅନୁସାରେ, ପୀଡିତାଙ୍କୁ ତାଙ୍କ ଘରୁ ଘଟଣାସ୍ଥଳକୁ ଅଣାଯାଇଥିଲା। ଯେଉଁଠି ପୂର୍ବରୁ ତାଙ୍କର ବନ୍ଧୁ ଅପେକ୍ଷା କରୁଥିଲେ। ଖାଲି କୋଠା ଭିତରେ ପଶିବା ପରେ ଅଭିଯୁକ୍ତମାନେ ଯୁବତୀଙ୍କୁ ଛୁରୀରେ ଲଗାତାର ୨୬ ଥର ଆକ୍ରମଣ କରିଥିଲେ। ଏହି ସମୟରେ ଯୁବତୀଙ୍କ ବେକ ଓ ପେଟକୁ ଟାର୍ଗେଟ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରା ପରେ କହିଥିଲା ଯେ, ଯୁବତୀ ସହିତ ତା’ର ସମ୍ପର୍କ ଥିଲା। ତେବେ ଯୁବତୀ ଜଣକ ବାହା ହେବା ପାଇଁ ତାଙ୍କୁ ଲଗାତାର ଚାପ ପକାଉଥିଲେ। କିନ୍ତୁ ଅଭିଯୁକ୍ତ ଜଣକ ପୀଡିତାଙ୍କୁ ବିବାହ କରିବାକୁ ଚାହୁଁନଥିଲା। ସେ ତା’ଠାରୁ ଅଲଗା ହେବାକୁ ଚାହୁଁଥିଲା। ତେଣୁ ସେ ନିଜର ଅନ୍ୟ ସାଙ୍ଗମାନଙ୍କ ସହିତ ମିଶି ଯୁବତୀଙ୍କୁ ହତ୍ୟା ଷଡଯନ୍ତ୍ର କରିଥିଲା।

ଡିସିପି ପ୍ରଣୟ ଅଶୋକ କହିଛନ୍ତି, ପୋଲିସକୁ କ୍ଷତ-ବିକ୍ଷତ ସ୍ଥିତିରେ ମୃତଦେହ ମିଳିଥିଲା। ଏହା ଆମ ପାଇଁ ବଡ ଚ୍ୟାଲେଞ୍ଜ ଥିଲା। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା, ଯେଉଁଥିରେ ହତ୍ୟା ପୂର୍ବରୁ ଦୁଷ୍କର୍ମ ହୋଇଥିବା ନେଇ ଜଣାପଡିଛି। ଉଲ୍ଲେଖନୀୟ ଯେ, ୨୭ ନଭେମ୍ବରରେ  କୁର୍ଲାରେ ଥିବା ବିବି ନଗର ପୋଲିସ ଏଚ୍‌ଡିଆଇଏଲ କଲୋନୀରୁ ଏକ ଖାଲି ବିଲ୍ଡିଂର ଛାତ ଉପରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା।