ଫିଲ୍ଡିଂ କରିବା ସମୟରେ ଅସୁସ୍ଥ ହୋଇପଡ଼ିଲେ ଶ୍ରୀଲଙ୍କା ଖେଳାଳୀ, ଜାଣନ୍ତୁ କ’ଣ ପାଇଁ

ନୂଆଦିଲ୍ଲୀ, ୨୩/୫: ଶ୍ରୀଲଙ୍କା ଏବଂ ବାଙ୍ଗଲାଦେଶ ମଧ୍ୟରେ ମୀରପୁରରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ର ଆଜି ପ୍ରଥମ ଦିନ । ବାଙ୍ଗଲାଦେଶ ଟିମ୍ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି । ମାତ୍ର ପ୍ରଥମ ଦିନ ଏପରି ଏକ ଘଟଣା ଘଟିଛି ଯାହାକୁ ଦେଖି ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି ।
Kusal Mendis left field holding his chest and has been hospitalized in Dhaka,this is scary hope he's ok#BANvsSL pic.twitter.com/BZLjoZuX7s
— Robin Saroy (@RobinSaroy2002) May 23, 2022
ଶ୍ରୀଲଙ୍କାର ଖେଳାଳୀ କୁଶଲ ମେଣ୍ଡିସ ଫିଲ୍ଡିଂ କରିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ଦେଖି ଟିମ୍ର ଫିଜିଓ ପଡ଼ିଆ ଭିତରକୁ ଦୌଡ଼ି ଆସିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଯାଞ୍ଚ କରାଯିବା ପରେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ପଡ଼ିଆ ବାହାରକୁ ନିଆଯାଇଥିଲା । ପରେ ସ୍ଥିତି ଏଭଳି ହୋଇଥିଲା କି ତାଙ୍କୁ ହସ୍ପିଟାଲକୁ ନେବାକୁ ପଡ଼ିଥିଲା । ସୂଚନା ମୁତାବକ, ମେଣ୍ଡିସଙ୍କୁ ଢାକାସ୍ଥିତ ଥିବା ହସ୍ପିଟାଲକୁ ନିଆଯାଇଥିବାବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
Kusal Mendis leaves the field #sportspavilionlk #SLvBAN pic.twitter.com/f0jTzQ66j0
— DANUSHKA ARAVINDA (@DanuskaAravinda) May 23, 2022
ବାଙ୍ଗଲାଦେଶ କ୍ରିକେଟ ବୋର୍ଡର ଡକ୍ଟର ମଞ୍ଜୁର ହୁସେନ ଚୌଧୁରୀ କହିଛନ୍ତି କି କୁଶଲ ମେଣ୍ଡିସଙ୍କ ଅବସ୍ଥା ଏପରି ଥିଲା କି ତାଙ୍କୁ ହସ୍ପିଟାଲ ନେବା ଜରୁରୀ ହୋଇପଡ଼ିଥିଲା । ଯେଉଁଠାରେ ତାଙ୍କର ସମସ୍ତ ପ୍ରକାର ଚେକଅପ୍ କରାଯାଇପାରିବ । ସେ କହିଛନ୍ତି କି କୁଶଲ ମେଣ୍ଡିସ ମ୍ୟାଚ୍ ପୂର୍ବରୁ ଡିହାଇଡ୍ରେସନ ସହ ଯୋଡ଼ି ହୋଇଥିଲେ । ଏଥିଲାଗି ଏପରି ହୋଇଛି । ମାତ୍ର ଏବେ ଯାଏ ହସ୍ପିଟାଲ ତରଫରୁ କୌଣସି ପ୍ରକାରର ସୂଚନା ମିଳିପାରିନାହିଁ। ୨୭ବର୍ଷୀୟ କୁଶଳ ମେଣ୍ଡିସ ଏବେ ପର୍ଯ୍ୟନ୍ତ ଶୀଲଙ୍କା ଲାଗି ୪୯ଟେଷ୍ଟଟି ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି ।