ଭୁବନେଶ୍ୱର/କୋରାପୁଟ,୨୯ା୧(ଆପ୍ର): ଅନ୍ତର୍ଜାତୀୟ ସ୍ତରରେ ପର୍ବାତାରୋହଣ କରି ସଫଳତା ହାସଲ କରିଛନ୍ତି କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ ଯୁବକ କୁଶ ଆର୍ଲବ ଓ ବରଗଡ଼ ଜିଲ୍ଲାର ଲିପିକା ସେଠ୍ । କୁଶଙ୍କ ଘର ନନ୍ଦପୁର ବ୍ଲକ ପାଡ଼ୁଆ ଥାନା ଅନ୍ତର୍ଗତ ଆର୍ଲାପୁଟ ଗାଁରେ । ଉଭୟ ଆଫ୍ରିକା ମହାଦେଶର କିଲିମଞ୍ଜାରୋ ଉଚ୍ଚତମ ଗିରିଶୃଙ୍ଗକୁ ଆରୋହଣ କରିଛନ୍ତି । ଯାହାର ଉଚ୍ଚତା ଥିଲା ୫ ହଜାର ୮୯୫ ମିଟର । ଏହି ପର୍ବତାରୋହଣ କାର୍ଯ୍ୟକ୍ରମ ଗତ ୨୧ ତାରିଖରେ ଆରମ୍ଭ ହୋଇଥିଲା । ୨୫ ତାରିଖ ମଧ୍ୟରାତ୍ରୀରୁ ଦୁହେଁ କିଲିମଞ୍ଜାରୋ ବେଶ୍ କ୍ୟାମ୍ପରୁ ଯାତ୍ରା ଆରମ୍ଭ କରିଥିଲେ । ୨୬ ତାରିଖ ସକାଳ ୬ଟା ୩୦ରେ ଶିଖରରେ ପହଞ୍ଚିଥିଲେ ବୋଲି କୁଶ ଫୋନ୍ ମାଧ୍ୟମରେ ଜଣାଇଛନ୍ତି ।
ଭୁବନେଶ୍ୱର ସ୍କୁଲ ଅଫ ଆଡଭେଞ୍ଚର ପକ୍ଷରୁ କୁଶଙ୍କୁ ସହାୟତାର ହାତ ବଢ଼ା ଯାଇଥିଲା । କୁଶଙ୍କ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ଅନୁଷ୍ଠାନ ଯୋଗାଇଥିଲା ବୋଲି ସଭାପତି ନୃସିଂହ ସାହୁ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ପର୍ବତାରୋହଣ ପାଇଁ ରୁଚି ରଖୁଥିବା ଅନୁନ୍ନତ ଅଞ୍ଚଳର ଯୁବକଯୁବତୀମାନଙ୍କୁ ଏହି ସ୍କୁଲ ସହଯୋଗର ହାତ ବଢ଼ାଇବ ବୋଲି ସେ କହିଛନ୍ତି । ସେହିପରି ଲିପିକା ସକାଳ ୭ଟାରେ ଶିଖରରେ ପହଞ୍ଚି ଜାତୀୟ ପତାକା ଉଡ଼ାଇଥିଲେ । ଏହି ଅଭିଯାନ ପାଇଁ ଲିପିକାଙ୍କୁ ବରଗଡ଼ ଏମ.ପିିଙ୍କ ସହଯୋଗରେ ଏମସିଏଲ କମ୍ପାନୀ ସହଯୋଗର ହାତ ବଢାଇଥିଲା ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...