ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗବେଷକଙ୍କ ଚାଞ୍ଚଲ୍ୟକର ତଥ୍ୟ, ଭିଟାମିନ୍ ଅଭାବ ଆଣେ ଆତ୍ମହତ୍ୟା ପ୍ରବଣତା

Published By : Swapna Ray | March 16, 2025 3:08 PM

ନୂଆଦିଲ୍ଲୀ, ୧୬।୩: ଆଜିର ସମୟରେ ଅନେକ ଲୋକ ଅବସାଦ ଓ ଚିନ୍ତା ଦେଇ ଗତି କରୁଛନ୍ତି । ଏଥିଯୋଗୁଁ କେହି କେହି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି । ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଶରୀରରେ ଏକ ବିଶେଷ ପ୍ରକାର ଭିଟାମିନ୍‌ର ଅଭାବ ହେଲେ ଏହା ଅବସାଦ ସ୍ତରକୁ ବଢ଼ାଇ ଦିଏ । ଫଳରେ ଏହା ଯୋଗୁଁ ଜଣେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ । ମିଚିଗାନ ଷ୍ଟେଟ୍ ବିଶ୍ବବିଦ୍ୟାଳୟର କଲେଜ ଅଫ୍ ହ୍ୟୁମାନ ମେଡିସିନ୍‌ ଏବଂ ସ୍ବିଡେନର ଲୁଣ୍ଡ ୟୁନିର୍ଭସିଟିର ଗବେଷକମାନେ କରିଥିବା ଏକ ଗବେଷଣାରୁ ଏହି କଥା ପ୍ରକାଶ କରିଛନ୍ତି । 

ଉକ୍ତ ଗବେଷଣାରେ ୫୯ ସ୍ବିଡେନ ନାଗରିକଙ୍କୁ ସାମିଲ କରାଯାଇଥିଲା । ଯେଉଁମାନେ କି ନିକଟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ଉପରେ ଗବେଷଣା କରାଯିବା ସହ ସେମାନଙ୍କର ମାନସିକ ଏବଂ ଶାରୀରିକ ପରୀକ୍ଷା କରାଯାଇଥିଲା । ସମସ୍ତ ସ୍ବାସ୍ଥ୍ୟ ଭିତ୍ତିକ ତଥ୍ୟକୁ ତିନିଟି ଗ୍ରୁପ୍‌ ମଧ୍ୟରେ ତୁଳନା କରାଯାଇଥିଲା । ଏଥିରୁ ଗୋଟିଏ ଗ୍ରୁପ୍‌ ମାନସିକ ସ୍ତରରେ ସୁସ୍ଥ ଥିବା ବେଳେ ଅବସାଦକୁ ସାମ୍ନା କରୁଥିଲେ। ଅନ୍ୟ ଏକ ଗ୍ରୁପ୍ ଅବସାଦରେ ପୀଡ଼ିତ ଥିଲେ ହେଁ ଆତ୍ମହତ୍ୟା କରିବାକୁ ପ୍ରୟାସ କରି ନଥିଲେ । ସେହିପରି ତୃତୀୟ ଗ୍ରୁପ୍‌ ଆତ୍ମହତ୍ୟା କରିବା ଲୋକେ ଥିଲେ । ତେବେ ଯେଉଁମାନେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ, ସେମାନଙ୍କଠାରେ ଭିଟାମିନ୍- ଡିର ଅଭାବ ଥିଲା । ତେଣୁ ଏହି ଅଭାବ ଦୂର କରିବା ଲାଗି ଭିଟାମିନ୍- ଡି ସପ୍ଲିମେଣ୍ଟର ଆବଶ୍ୟକତା ଅଛି । ଏହାଦ୍ବାରା ଅବସାଦ ଏବଂ ଆତ୍ମହତ୍ୟା ପ୍ରବଣତାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଉକ୍ତ ଗବେଷଣାରେ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.