ବ୍ରହ୍ମପୁର ୦୭/୦୧: ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ । ଜଣେ ପଞ୍ଚାୟତ ନିର୍ବାହୀ ଅଧକାରୀ (ପିଇଓ)ଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆସିଛି । ଗୋଳନ୍ଥରା ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ପିଇଓ ବିଷ ପିଇ ଦେଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଗୁରୁବାର ରାତିରେ ଏମ୍କେସିଜି ଆଇସିୟୁରେ ଭର୍ତ୍ତି କରାଯାଇଛି ।
ଗତ ୩ ତାରିଖରେ ସୁନାପୁର ବେଳାଭୁମି ମହୋତ୍ସବ ଉଦ୍ଘାଟନ ଉତ୍ସବରେ ଗଣଦୌଡ଼ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦାୟିତ୍ୱରେ ମହିଳା ଅତିରିକ୍ତ ତହସିଲଦାର ଥିଲେ । ଭିଡ଼ ଭିତରେ ଜଣେ ପିଇଓ ତାଙ୍କୁ ଅଶାଳୀନ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ପଦାଧିକାରୀ ଓ ଥାନାରେ ଏନେଇ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି । ମାମଲା ରୁଜୁ ହୋଇଛି । ବିଭାଗୀୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ପୀଡ଼ିତା ଅଭିଯୋଗ କରିବା ପରେ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ସମୟର ଭିଡିଓ ଫୁଟେଜ୍ ସଂଗ୍ରହ କରାଯାଉଛି । ଅନ୍ୟପଟେ ଥାନାରୁ ଡାକରା ପାଇବା ପରେ ପିଇଓ ବିଷ ପିଇ ଦେଇଛନ୍ତି । ପରିବାର ତରଫରୁ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ସେ ଆଇସିୟୁରେ ଚିକିତ୍ସିତ ହେଇଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି ।
ଆହୁରି ପଢ଼ନ୍ତୁ :- ମଞ୍ଚ ଚଢ଼ିଲେନି ସାଇ-ପାୟଲ, ବଢ଼ିଲା ବିବାଦ: ହାଇକୋର୍ଟରେ ମକଦ୍ଦମା କରିବେ ତୁଳସୀ ମାଲିକ