ଭୁବନେଶ୍ବର ୦୭/୦୨: ତୁଳସୀ ଗଣନାଟ୍ୟକୁ ଲାଗିଲା ଝଟକା। ନିଜ ଜିଦରେ ଅଟଳ ଚର୍ଚ୍ଚିତ ଯୋଡ଼ି ସାଇ -ପାୟଲ। ଶୁକ୍ରବାର ମଞ୍ଚ ନଚଢ଼ିବାରୁ ଘନେଇଲା ବିବାଦ। ଏବେ ହାଇକୋର୍ଟକୁ ଯିବ ନାଣ୍ଡୁ- ସାଇ -ପାୟଲ ବିବାଦ। ଅଭିନେତା ସାଇ ସତ୍ୟଜିିତ ଓ ଅଭିନେତ୍ରୀ ପାୟଲଙ୍କ ନାଁରେ ମକଦ୍ଦମା କରିବେ ତୁଳସୀ ମାଲିକ। ୧୦-୧୦ କୋଟିର ମାନହାନି ମକଦ୍ଦମା କରିବେ। ସାଇ ଓ ପାୟଲ ନଆସିଲେ ବି ଯାତ୍ରା ଚାଲିବ । କିଛି ଅସୁବିଧା ନାହଁ କହିଲେ ତୁଳସୀ ମାଲିକ। ଏଯାଏ ଖୋଲିନି ହରେକୃଷ୍ଣ ସାଂସ୍କୃତି ପରିଷଦ ଟିକେଟ କାଉଣ୍ଟର। ଟିକେଟ ପାଇଁ ଅପେକ୍ଷା କରିଛନ୍ତି ଯାତ୍ରା ପ୍ରେମୀ।

ଆହୁରି ପଢ଼ନ୍ତୁ:- ସାଇଙ୍କ ସାଙ୍ଘାତିକ ଅଭିଯୋଗ, କହିଲେ ନାଣ୍ଡୁବାବୁ ମୋତେ ମାରିଦେବେ... ଜବାବ ରଖିଲେ ନାଣ୍ଡୁବାବୁ

ତୁଳସୀ ଗଣନାଟ୍ୟକୁ ଲାଗିଲା ଝଟକା। ନିଜ ଜିଦରେ ଅଟଳ ରହି ଯାତ୍ରା ମଞ୍ଚକୁ ଚଢିଲେ ନାହିଁ ଅଭିନେତା ସାଇ ସତ୍ୟଜିତ । କେବଳ ସାଇ ନୁହଁ ସାଇଙ୍କ ସହ ଅଭିନେତ୍ରୀ ପାୟଲ ମଧ୍ୟ କଲେନାହିଁ ଅଭିନୟ । ଯାତ୍ରା ଜଗତରେ ସାଇ ପାୟଲ ବେଶ ଚର୍ଚ୍ଚିତ ଯୋଡ଼ି । ସାଇ ପାୟଲଙ୍କ ଯୋଡି଼ ଦେଖିବାକୁ ଦର୍ଶକ ଭିଡ଼ ଜମାଇଥିବା ବେଳେ ଯାତ୍ରାରୁ ଗାୟବ ହେଲେ ସାଇ- ପାୟଲ । ଦର୍ଶକ ମଧ୍ୟ ନିରାଶ ହୋଇଛନ୍ତି । ଟିକେଟ କାଟି ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରାପ୍ରେମୀ । ନାଣ୍ଡୁ ବାବୁଙ୍କ ସହ ବିବାଦ ତେଜିବା ପରେ ତୁଳସୀ ଯାତ୍ରା ମଞ୍ଚକୁ ଚଢିବେ ନାହିଁ ବୋଲି ସିଧା ସିଧା ମନା କରିଥିଲେ ସାଇ । ଚର୍ଚ୍ଚିତ ନାଟକ 'ଏଇ ବୋଧେ ଶେଷ ଦେଖା' ଖୁବ ଲୋକପ୍ରିୟତା ସାଉଁଟିଥିଲା ସାଇ ଓ ପାୟଲଙ୍କ ଜବରଦସ୍ତ ଅଭିନୟ ପାଇଁ । ହେଲେ ଏବେଠାରୁ ଆଉ ଅଭିନୟ କରିବେ ନାହିଁ ଚର୍ଚ୍ଚିତ ଯୋଡ଼ି ।