PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସିସିଟିଭିରେ ସୁନ୍ଦରୀ ଲୁଟେରା, ଜୁଏଲାରୀ ଦୋକାନରୁ ଲୁଟିନେଲେ ୨ ମୁଦି

ଭୁବନେଶ୍ୱର,୩୧ ।୧(ବ୍ୟୁରୋ): ଦେଖିବାକୁ ଖୁବ୍‌ ସୁନ୍ଦରୀ । ଡ୍ରେସ୍‌ ପତ୍ର ଓ ହାବଭାବରୁ ଜଣେ ଉଚ୍ଚ ଶିକ୍ଷିତା ଭଳି ଜଣା ପଡ଼ୁଛନ୍ତି । ହେଲେ ତାଙ୍କର ଏହି ସୁନ୍ଦର ଚେହେରା ଭିତରେ ଥିବା ଆଉ ଗୋଟିଏ ସାଂଘାତିକ ଗୁଣକୁ ଦେଖି ସମସ୍ତେ ତାଜୁବ୍‌ ହୋଇ ଯାଇଛନ୍ତି । ସୁନ୍ଦରୀ ଜଣକ ଏକ ଜୁଏଲାରୀ ଦୋକାନରୁ ଅତି ଚତୁରତାର ସହ ଦୁଇଟି ସୁନା ମୁଦି ଲୁଟି ନେଇଛନ୍ତି । ସୁନାମୁଦି ଲୁଟି ନେବାର ଦୃଶ୍ୟ ଜୁଏଲାରୀ ଦୋକାନରେ ଲାଗିଥିବା ସିସିଟିଭିରେ ଉତ୍ତୋଳିତ ହୋଇଛି । ଘଟଣାଟି ଏମିତି । ରାଜମହଲ ଛକରେ ରହିଛି ଏକ ଜୁଏଲାରୀ ଦୋକାନ । ଗତକାଲି ଜଣେ ସୁନ୍ଦରୀ ଯୁବତୀ ଜିନ୍ସ ସାଙ୍ଗକୁ ଗୋଲାପି ରଙ୍ଗର ଫୁଲ୍‌ ସାର୍ଟ ଓ ମୁଣ୍ଡରେ ମଙ୍କି କ୍ୟାପ୍‌ ପିନ୍ଧି ଉକ୍ତ ଜୁଏଲାରୀ ଦୋକାନକୁ ଆସିଥିଲେ । ପ୍ରଥମେ କାନଫୁଲ ଦେଖାଇବାକୁ ଦୋକାନୀଙ୍କୁ କହିଥିଲେ । ଦୋକାନୀ କାନ ଫୁଲ ପାଇଁ ଭିତରକୁ ଯାଇଥିବା ବେଳେ ଯୁବତୀ ସୋକେସ୍‌
ବାକ୍ସରୁ ଏକ କାନଫୁଲ ନେଇ ଦୋକାନରୁ ବାହାରି ଯାଇଥିଲେ । କିଛିବାଟ ଯାଇ ଅନ୍ୟ ଏକ ଜୁଏଲାରୀ ଦୋକାନରେ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାହା
ଇମିଟେସନ୍‌ ବୋଲି ଜାଣିବାକୁ ପାଇଥିଲେ । ତେଣୁ ସେ ପୁଣି ଉକ୍ତ ଜୁଏଲାରୀକୁ ଆସି ଦୋକାନୀଙ୍କୁ କହିଥିଲେ, ସୁନା କାନଫୁଲ ନୁହେଁ, ଘରୁ ସୁନା ମୁଦି ପାଇଁ ବରାଦ
ଆସିଲା । ତେଣୁ ଦୋକାନୀ ତାଙ୍କୁ ସୁନାମୁଦି ଦେଖାଇଥିଲେ । ସଂପୃକ୍ତ ଯୁବତୀ ଗୋଟାଏ ପରେ ଗୋଟାଏ ସୁନା ମୁଦି ନିଜ ଅଙ୍ଗୁଳିରେ ଗଳାଇ ପରଖୁଥିଲେ । ଦୋକାନୀଙ୍କ ଟିକେ ଅନ୍ୟମନସ୍କତାର ସୁଯୋଗରେ ଦୁଇଟି ମୁଦିକୁ ମୁଣ୍ଡରେ ପିନ୍ଧିଥିବା ମଙ୍କି କ୍ୟାପ୍‌ ଭିତରେ ଲୁଚାଇ ଦେଇଥିଲେ । ଯାହାକି ଦୋକାନୀ ଜାଣିପାରି ନଥିଲେ । ପସନ୍ଦ ହେଉନାହିଁ କହି ଯୁବତୀ ଜଣଙ୍କ ସେଠାରୁ ପଳାଇଥିଲେ । ରାତିରେ ଦୋକାନର ସୁନା ଅଳଙ୍କାର ସବୁ ଗଣତିବେଳେ ଦୁଇଟି ସୁନା ମୁଦି ନଥିବା ଜଣା ପଡ଼ିଥିଲା । ତେଣୁ ଦୋକାନୀ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଥିଲେ । ସେଥିରେ ଯୁବତୀ ଜଣକ ସୁନା ମୁଦି ଦୁଇଟି ମଙ୍କି କ୍ୟାପ୍‌ରେ ଲୁଚାଇ ନେଉଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ । ଚୋରି ଯାଇଥିବା ଦୁଇଟି ସୁନା ମୁଦିର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ ବୋଲି ଦୋକାନୀ କହିଛନ୍ତି । ତେବେ ଏନେଇ ସେ ଥାନାରେ କୌଣସି ଅଭିଯୋଗ କରି ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର