PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ସାବାସ୍‌ ସବିତା: ଚୋରକୁ ଗୋଡ଼ାଇ ଧରିଲେ ମହିଳା କଣ୍ଡକ୍ଟର

ଭୁବନେଶ୍ୱର,୨୮ ।୧(ବ୍ୟୁରୋ): ଏକ ଗ୍ୟାସ୍‌ ବୋଝେଇ ଅଟୋରୁ ସିଲିଣ୍ଡର ଚୋରି କରୁଥିବା ବେଳେ ମୋ’ ବସ୍‌ର ମହିଳା କଣ୍ଡକ୍ଟର ଗୋଡ଼ାଇ ଗୋଡ଼ାଇ ଚୋରକୁ ଧରିଛନ୍ତି । ତାକୁ ନିସ୍ତୁକ ମାଡ଼ମାରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜିମା ଦେଇଛନ୍ତି । ଧରା ପଡ଼ିଥିବା ଚୋରର ନାମ ମୋହନ ଦାସ(୨୪) । ଘର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ରାଉତସାହି । ବସ୍‌ରୁ ଓହ୍ଲାଇ ଚୋରକୁ ସାବାଡ୍‌ କରିଥିବା ମହିଳା କଣ୍ଡକ୍ଟର ସବିତା ପ୍ରଧାନଙ୍କୁ ଲୋକେ ସାବାସୀ ଜଣାଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସାଲିଆସାହି ଏକାମ୍ରବିହାରର ଅର୍ଜୁନ ସାହୁ ଜଣେ ଗ୍ୟାସ୍‌ ବିତରକ । ସେ ଆଜି ଅଟୋରେ ହୋମ୍‌ ଡେଲିଭରି ଦେବାକୁ ଯାଉଥିଲେ । କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଅର୍ଜୁନ ଅଟୋ ଥୋଇ ଜଣେ ଗ୍ରାହକଙ୍କ ଘରକୁ ଯାଇଥିଲେ । ମୋହନ ଉକ୍ତ ଅଟୋ ପଛପଟରୁ ଏକ ଗ୍ୟାସ୍‌ ସିଲିଣ୍ଡର ଟେକି ନେଇ ପଳାଉଥିଲା । ଏହି ସମୟରେ ଏକ ମୋ ବସ୍‌ ସେଠାରେ ଲାଗିଥିଲା । ବସ୍‌ର ମହିଳା କଣ୍ଡକ୍ଟର ସବିତା ସିଲିଣ୍ଡର ଚୋରି ହେଉଥିବା ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ବସ୍‌ରୁ ଡେଇଁପଡ଼ି ମୋହନକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । କିଛି ସମୟ ପାଇଁ ମୋହନ ସହ ସବିତାଙ୍କର ଧସ୍ତାଧସ୍ତି ହୋଇଥିଲା । ହେଲେ ସାହସର ସହ ସବିତା ମୋହନକୁ କାବୁ କରିଥିଲେ । ଏହା ଦେଖି ସେଠାରେ ଲୋକ ଜମା ହୋଇ ଯାଇଥିଲେ । ସବିତାଙ୍କ ସହ ସମସ୍ତେ ମିଶି ମୋହନକୁ ନିସ୍ତୁକ ମାଡ଼ ମାରିଥିଲେ । ଖବରପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେଠାରେ ପହଞ୍ଚିଥିଲା । ସବିତା ମୋହନକୁ ପୁଲିସ ଜିମା ଦେଇଥିଲେ । ସବିତାଙ୍କ ଏଭଳି ସାହସିକତା ଦେଖି ସେଠାରେ ଲୋକେ ଓ ପୁଲିସ ସାବାସୀ ଜଣାଇଥିଲେ ।
ଗ୍ୟାସ୍‌ ବିତରକ ଅର୍ଜୁନଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ମୋହନକୁ ଗିରଫ କରିଥିଲା । ଅପରାହ୍ଣରେ ମୋହନକୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର