PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

‘କୋକା’ ଗୀତରେ ଠୁମକା ଲଗାଇଲେ ଏହି ଯୁବତୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ମୁମ୍ବାଇ ୧୬/୭: ବଲିଉଡର ଫେମସ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଖୁବ୍ ଶୀଘ୍ର ଲୋକଙ୍କୁ ନିଜ ଜବରଦସ୍ତ ଅଭିନୟରେ ହସାଇବାକୁ ଆସୁଛନ୍ତି । ସୋନାକ୍ଷୀ, ବରୁଣ ଶର୍ମା ଓ ସିଙ୍ଗର ବାଦଶାହଙ୍କ ସହିତ ଫିଲ୍ମ ‘ଖାନଦାନୀ ଶଫାଖାନା’ରେ ନଜର ଆସିବେ । ଫିଲ୍ମଟି ଆଗଷ୍ଟ ୨ରେ ରିଲିଜ ହେବ । ଏହା ମଧ୍ଯରେ ଫିଲ୍ମର ଏକ ଗୀତ ‘କୋକା’ ଇଣ୍ଟରନେଟରେ ଧମାଲ୍ ମଚାଉଛି । କେବଳ ଏତିକି ନୁହେଁ, ଏହି ଗୀତର କ୍ରେଜ୍ ଏତେ ଅଧିକ ଯେ ଯୁବପିଢୀ ଏହି ଗୀତରେ ଡ୍ଯାନ୍ସ ଷ୍ଟେପ୍ ଫଲୋ କି ନିଜ ଡ୍ଯାନ୍ସ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିବାରେ ଲାଗିଛନ୍ତି ।

ଏହି କ୍ରମରେ ଏବେ ଇଣ୍ଟରନେଟରେ ଏକ ଭିଡିଓ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଝିଅ ସୋନାକ୍ଷୀଙ୍କ ଏହି ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସୁଛି । ଏହି ଭିଡିଓରେ ଡ୍ଯାନ୍ସ କରୁଥିବା ଝିଅର ନାଁ ହେଉଛି ସୃଷ୍ଟି ଶୁକ୍ଲା . ଗତ ୩୦ ଜୁନରେ ୟୁଟ୍ୟବରେ ସୃଷ୍ଟି ଶୁକ୍ଲାଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଏହି ଭିଡିଓରେ ଏପର୍ଯ୍ଯନ୍ତ ୧୩୯,୫୧୩ ଜଣ ଦେଖିଛନ୍ତି । କହିରଖୁଛୁ ଏହା ଏକ ପୁରୁଣା ଗୀତ । ଏବେ ଏହି ଗୀତକୁ ରିକ୍ରିଏଟ୍ କରି ବାଦଶାହ ଫିଲ୍ମରେ ଗାଇଛନ୍ତି । ଫିଲ୍ମରେ ସୋନାକ୍ଷୀ ଜଣେ ପଞ୍ଜାବୀ ଝିଅର ରୋଲ୍ ପ୍ଲେ କରୁଛନ୍ତି । ଫିଲ୍ମଟି କମେଡିରେ ପରିପୂର୍ଣ୍ଣ ।  ତେବେ ଦେଖିବା ବାକି ରହିଲା ଫିଲ୍ମଟି ବକ୍ସ ଅଫିସରେ କେତେ ଆୟ କରିପାରୁଛି ।

ସମ୍ବନ୍ଧିତ ଖବର