ରୂପଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରେମ ଜାଲରେ ଫସାଇ ମାଳିସାହିରେ ବିକିଥିଲେ ପ୍ରେମିକ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ଭୁବନେଶ୍ୱର ଆଣିଥିଲେ । ପ୍ରତିଶ୍ରୁତିି ଦେଇଥିଲେ, ବାହା ହୋଇ ନୂଆ ସଂସାର ଗଢ଼ିବାକୁ । ଯୁବତୀଙ୍କୁ ପ୍ରତାରଣା କରି ମାଳିସାହିରେ ବିକିଦେଲେ । ରୂପଜୀବୀ ସଜାଇଲେ । ଶେଷରେ ରହସ୍ୟଜନକ ଭାବେ ତାଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ, ମୃତ ରୂପଜୀବୀ ହେଉଛନ୍ତି ପଶ୍ଚିମବଙ୍ଗର । ତାଙ୍କ ନାଁ ସଲ୍ମା(ଛଦ୍ମନାମ) । ପ୍ରେମିକଙ୍କ ସହ ସେ ଘରୁ ଲୁଚି ମାସେ ତଳେ ଭୁବନେଶ୍ୱର ପଳାଇ ଆସିଥିଲେ । ଏଠାରେ ଉଭୟେ ବେଶ କିଛି ଦିନ ଏକାଠି ଏକ ବସ୍ତିରେ ଘରଭଡ଼ା ନେଇ ରହଥିେିଲ । ସଲ୍ମାଙ୍କୁ ବାହା ହେବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ପ୍ରେମିକ । ହେଲେ ବିବାହ ନକରି ମାଳିସାହିର ଜଣେ ଦଲାଲ୍ଙ୍କୁ କେଇ ହଜାର ଟଙ୍କା ମୂଲ୍ୟରେ ସଲମାଙ୍କୁ ବିକିି ଦେଇଥିଲେ ।
ସଲ୍ମାଙ୍କୁ ସେଠାରେ ଦେହବେପାର କରିବାକୁ ବାଧ୍ୟ କରା ଯାଇଥିଲା । ସଲ୍ମାଙ୍କ ଅରାଜି ସତ୍ତେ୍ୱ ସେଠାକାର ରାଣୀ ମହୁମାଛି ଓ ଦଲାଲ୍ ଜବରଦସ୍ତି ତାଙ୍କୁ ରୂପଜୀବୀ ସଜାଇ ଦେଇଥିଲେ । ହେଲେ ପ୍ରେମିକଙ୍କ ଧୋକାକୁ ସଲ୍ମା ସହି ପାରନିଥେିଲ । ଆଜି ମାଳିସାହିର ଏକ ଘରେ ସଲମାଙ୍କ ମୃତଶରୀର ଏକ ଖଟଉପରେ ପଡ଼ିଥିବା ଦେଖା ଯାଇଥିଲା । ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଜବତ କରିଛି । ଘଟଣାସଳ୍ଥରୁ ସଲ୍ମାଙ୍କ ମୋବାଇଲ୍ ଫୋନ୍ ଜବତ କରିଛି । ସଲ୍ମା ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଉପରେ ପୁଲିସ ତଦନ୍ତ ଚଳାଇଛି । ଏହି ଘଟଣାରେ ମାଳିସାହିର ୨ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି ।