ଚିଲିକାର ମଏଁସା କୁଦରେ ଲାଖିଲା ଡ଼ଙ୍ଗା

କୃଷ୍ଣପ୍ରସାଦ,୨୩।୫ ସାତପଡା ମଝି ଚିଲିକା ମଏଁସା କୁଦରେ ଯାତ୍ରୀବାହି ଡ଼ଙ୍ଗା ଲାଖିଯାଇଥିଲା। ସେଥିରେ ଥିବା ଯାତ୍ରୀମାନେ ଓହ୍ଲାଇ ଡ଼ଙ୍ଗାଟିକୁ ଠେଲିବା ପରେ ଯାତ୍ରୀବାହି ଡ଼ଙ୍ଗାଟି ଉଦ୍ଧାର ହୋଇଥିଲା । ମଙ୍ଗଳବାର ଅପରାହ୍ନ ୫ଘଣ୍ଟା ୧୫ମିନିଟ୍ ସମୟରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।
ଡ଼ଙ୍ଗାଟି ସାତପଡ଼ାରୁ ୧୩ଟି ବାଇକ ଓ ୨୦ଜଣ ଯାତ୍ରୀଙ୍କୁ ନେଇ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା। ଚାଳକ ଭାରସାମ୍ୟ ହରାଇବାରୁ ମଏଁସା କୁଦରେ ଡ଼ଙ୍ଗାଟି ଚଢିଯାଇଥିଲା । ଡ଼ଙ୍ଗା ଚାଳକ ବହୁ ଚେଷ୍ଟା ସତ୍ୱେ ଡ଼ଙ୍ଗାଟିକୁ ବାହାର କରିବାରେ ବିଫଳ ହୋଇଥିଲା। ପରେ ଡଙ୍ଗାରେ ଥିବା ଯାତ୍ରୀମାନେ ଚିଲିକାକୁ ଓଲ୍ହାଇ ଡ଼ଙ୍ଗାଟିକୁ ଠେଲି ବାହାର କରିଥିଲେ । ଯାତ୍ରୀମାନେ ଦୀର୍ଘ ୪୦ ମିନିଟ ଧରି ହଇରାଣ ହରକତ ହୋଇଥିବା ବେଳେ ବହୁ ବିଳମ୍ବରେ ଜହ୍ନିକୁଦା ପେଣ୍ଠରେ ପହଞ୍ଚି ଆଶ୍ଵସ୍ତ ହୋଇଥିଲେ ।| ଚିଲିକାରେ ଏଭଳି ଘଟଣା ଅନେକ ସମୟରେ ଘଟୁଥିଲେ ସୁଧ୍ୟା ପ୍ରଶାସନ ନୀରବଦ୍ରଷ୍ଟା ସାଜିଛନ୍ତି ।