PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଅନ୍ତଃରାଜ୍ୟ ଲାଲମନି ସ୍ମାରକୀ କ୍ରିକେଟ୍‌: ରାଞ୍ଚି ଚାମ୍ପିଅନ୍‌

ସୋନପୁର,୩ା୨(ଆପ୍ର): ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍‌ ସଂଘ ଆନୁକୂଳ୍ୟରେ ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ଆୟୋଜିତ ୩୩ତମ ଆନ୍ତରାଜ୍ୟ ଲାଲମନି ସ୍ମାରକୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ରାଞ୍ଚି ସେରସା ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଫାଇନାଲ ମ୍ୟାଚ୍‌ରେ ରାଞ୍ଚି ସେରସା ୫ ୱିକେଟ୍‌ରେ ଖୋର୍ଦ୍ଧା ଇଷ୍ଟକୋଷ୍ଟ ରେଲୱେ ଦଳକୁ ପରାସ୍ତ କରିଥିଲା ।
ଟି-୨୦ରେ ଖୋର୍ଦ୍ଧା ଦଳ ପ୍ରଥମେ ବ୍ୟାଟିଂ କରି କମେଶ୍ୱରଙ୍କ ୨୧ରନ୍‌, ସମିର ମହାନ୍ତିଙ୍କ ୨୩ ରନ୍‌, ସୁବିତଙ୍କ ୩୪ରନ, ଲଗ୍ନଜିତ୍‌ଙ୍କ ୨୮ରନ ଓ ର.କିଶାନ ପଟେଲଙ୍କ ୧୯ରନ୍‌ ସହାୟତାରେ ନିର୍ଦ୍ଧାରିତ ଓଭରରେ ୧୪୭ରନ୍‌ ସଂଗ୍ରହ କରିଥିଲା । ରାଞ୍ଚି ଦଳ ପକ୍ଷରୁ ପୱନ କୁମାର ୫ ୱିକେଟ, କୁଲଦିପ୍‌, ଅକାଶ, ରାଜୁ ଓ ବିନିଦ ପ୍ରମୁଖ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ରାଞ୍ଚି ଦଳ ସୁବ୍ରତ ଘୋଷଙ୍କ ୫୮ରନ, ଏ ପଓନ କୁମାରଙ୍କ ୫୦ରନ, ଓାଟର ଟପ୍ପୋଙ୍କ ୩୦ରନ ସହାୟତାରେ ୫ ୱିକେଟ ହରାଇ ୧୮.୫ ଓଭରରେ ୧୫୦ରନ କରି ବିଜୟ ହାସଲ କରିଥିଲା । ଖୋର୍ଦ୍ଧା ଦଳ ପକ୍ଷରୁ ରାଜକିଶନ ପଟେଲ ୨ ୱିକେଟ, ମଳୟ ଜୋନା ଓ ଅଲୋକ ମଙ୍ଗରାଜ ୧ଟି ଲେଖାଏଁ ୱିକେଟ ଅକ୍ତିୟାର କରିଥିଲେ ।
ସେହିପରି ଟି-୧୦ ମ୍ୟାଚରେ ଖୋର୍ଦ୍ଧା ଦଳ ରାଜକିଶନ ପଟେଲଙ୍କ ୨୧ରନ, ସମିର ମହନ୍ତିଙ୍କ ୧୦ରନ, ଲଗ୍ନଜିତଙ୍କ ୧୬ରନ ସହାୟତାରେ ୭ ୱିକେଟ ହାରାଇ ୭୭ରନ ସଂଗ୍ରହ କରିଥିଲେ । ରାଞ୍ଚି ଦଳ ପକ୍ଷରୁ ରାଜୁ ପଣ୍ଡେ ୩ ୱିକେଟ, ଓାଲଟର ଟପ୍ପୋ ୨ ୱିକେଟ, ପଓନ କୁମାର ଓ ବିନିତ ପଣ୍ଡେ ୧ଟି ଲେଖାଏଁ ୱିକେଟ ଅକ୍ତିୟାର କରିଥିଲେ । ଜବାବରେ ରାଞ୍ଚି ଦଳ ସୁବ୍ରତ ଘୋଷଙ୍କ ୩୧ରନ୍‌ ଓ ପଓନ କୁମାରଙ୍କ ୧୩ରନ ସହାୟତାରେ ବିଜୟ ଲକ୍ଷ ପାର କରି ୬ ୱିକେଟ ହରାଇ ୮୧ରନ କରିଥିଲେ । ଖୋର୍ଦ୍ଧା ଦଳ ପକ୍ଷରୁ ରାଜକିଶନ ପଟେଲ ୨ ୱିକେଟ, ଅଲୋକ ମଙ୍ଗରାଜ, ମଲୟ ଜେନା, ଅଭିଷେକ ୟାଦବ ଓ ତରୁନ ୧ଟି ଲେଖାଏଁ ୱିକେଟ ଅକ୍ତିୟାର କରିଥଲେ । ଉଭୟ ଫର୍ମାଟରେ ରାଞ୍ଚି ଦଳ ବିଜୟ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି ।
ଆଜିର ଉଦ୍‌ଯାପନୀ ସଂଧ୍ୟାରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏସ୍‌ପି ଦେବୀପ୍ରସାଦ ଦାଶ, ପିଡିଡିଆରଡିଏ ସୂର୍ଯ୍ୟନାରାୟନ ଦାଶ, ଜିଏମ୍‌ ରାମକୋ ସୁସାଂଶୁ ଗନ୍ତାୟତ ଯୋଗଦେଇଥିଲେ । ସେହିପରି ସ୍ୱତନ୍ତ୍ର ନିମନ୍ତ୍ରତ ଅତିଥି ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳି ପ୍ରଜ୍ଞାନ ଓଝା, ଅଭିନେତ୍ରୀ ପୁଷ୍ପା ପଣ୍ଡା, ବିଦୁସ୍ମିତା, ସ୍ମରଣିକା ପ୍ରିୟଦର୍ଶନୀ ପ୍ରମୁଖ ଯୋଗଦେଇଥିଲେ । ଚାମ୍ପିଅନ୍‌ ଦଳ ସେରସା (ରାଞ୍ଚି)କୁ ରାମକୋ ସିମେଣ୍ଟ ପ୍ରଦତ୍ତ ଟ୍ରଫି ଏବଂ ସୋନପୁରର ନ୍ୟୁ ରୁପ କଲେନ୍‌ସ, ଜୟ ଯବାନ ଫିଲିଂ ସେଣ୍ଟର, ଶାନ୍ତି ଅଟୋ ଓ ଓମ୍‌ ଶାନ୍ତି ଫେସନର ଟ୍ରଫି ସହ ୫୫୫୫୫ ନଗଦ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ଉପବିଜେତା ଦଳ ଇଷ୍ଟକୋଷ୍ଟ(ଖୋର୍ଦ୍ଧା)କୁ ଟାଟା ଷ୍ଟିଲ ଭୁବନେଶ୍ୱର ପ୍ରଦତ୍ତ ଟ୍ରଫି ଏବଂ ଏସିସି ବରଗଡ ପକ୍ଷରୁ ୩୩୩୩୩ ନଗଦ ଟଙ୍କା ପ୍ରଦାନ କରାଯାଇଥିଲା । ଏଥିରେ ମ୍ୟାନ ଅଫ୍‌ ଦି ଫାଇନାଲ ଓ ସିରିଜ୍‌ ଭାବେ ରାଞ୍ଚି ଦଳର ଏ.ପଓନ କୁମାର, ବେଷ୍ଟ ବ୍ୟାଟ୍ସ ମ୍ୟାନ୍‌ ଭାବେ ନାଗପୁରର ରବିନ ସିଂ, ବେଷ୍ଟ ବୋଲର ଭାବେ ନାଗପୁରର କାର୍ତ୍ତିକ ନାୟଡୁ, ବେଷ୍ଟ ୱିକେଟ କିପର ଭାବେ ଖୋର୍ଦ୍ଧା ଦଳର କମରେଶ ବାରିକ, ବେଷ୍ଟ ଫିଲଡର ଭାବେ ଖୋର୍ଦ୍ଧାର ରାଜକିଶନ ପଟେଲ ଓ ସର୍ବାଧିକ ଛକା ମାରିଥିବା ଖେଳାଳି ଭାବେ ନାଗପୁରର ରବିନ ସିଂଙ୍କୁ ପୁରସ୍କୃତ କରାଯାଇଥିଲା । ସଚିଦାନନ୍ଦ ପଣ୍ଡା ଓ ଅମୀୟଭୂଷଣ ସାହୁ ମ୍ୟାଚ ପରିଚାଲାନା କରିଥିଲେ । ସ୍କୋର ଭାବେ ରାଜେଶ ଅଗ୍ରଓାଲ ଦାୟିତ୍ୱ ତୁଲାଇଥିବା ବେଳେ ଧାରାବିବରଣୀ ପ୍ରଦାନ କରିଥିଲେ ବି.ଏସ.ରାଓ, ପ୍ରଜ୍ଞାପ୍ରିୟଦର୍ଶନୀ ମିଶ୍ର, ଅଚ୍ୟୁତ ମିଶ୍ର ଓ ପାର୍ଥ ଦାସ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ ।

ସମ୍ବନ୍ଧିତ ଖବର