PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଓଡିଶା ଲଳିତ କଳା ଏକାଡେମୀର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ, ୩୬ ଜଣ ଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର ୧୫/୮: ଓଡିଶା ଲଳିତ କଳା ଏକାଡେମୀ, ଓଡିଆ, ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଏବଂ ସ୍ୱାଧୀନତାର ଅମୃତ ମହାତ୍ସବ ପାଳନ ଅବସରରେ ସ୍ଥାନୀୟ ବୁଦ୍ଧ ଜୟନ୍ତୀ ପାର୍କ ନିକଟସ୍ଥ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି ଗାନ୍ଧିଜୀଙ୍କ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ । ଉଦଘାଟନ ଉତ୍ସବରେ ଓଡିଆ, ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ଦାସ ଗାନ୍ଧୀଜୀଙ୍କ ଓଡିଶା ଆଗମନ ଓ ତାଙ୍କର ଜୀବନ ଦର୍ଶନକୁ ନେଇ ପ୍ରଦର୍ଶିତ ଚିତ୍ର ଗୁଡିକର ପ୍ରଶଂସା କରିଥିଲେ । ଏହି ଉତ୍ସବର ଏକାଡେମୀର ସଭାପତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକଙ୍କ ସହ ଏକାଡେମୀର କାର୍ଯ୍ୟକାରୀ ସମିତିର ସଦସ୍ୟ ଶ୍ରୀ ଗଜେନ୍ଦ୍ର ପ୍ରସାଦ ସାହୁ ଚିତ୍ରରେ ଗାନ୍ଧିଜୀ ଓ ସ୍ୱାଧୀନତାର ଚିତ୍ରଣର ବିଭିନ୍ନତା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ପ୍ରଦର୍ଶନୀରେ ୩୬ ଜଣ ଶିଳ୍ପୀଙ୍କ ସଂରକ୍ଷିତ ଚିତ୍ର ପ୍ରଦର୍ଶନୀ ହୋଇଥିବା ଦର୍ଶାଇଥିଲେ । ପ୍ରଦର୍ଶନୀ ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦ ମହାରଣା, ତାରାକନ୍ତ ପରିଡା, ରଘୁନାଥ ସାହୁ, ସୁଶାନ୍ତ କୁମାର ସିଂ ସାମନ୍ତ, ରାଜକିଶୋର ମହାରଣା, ଚନ୍ଦନ କୁମାର ସାମଲ ପ୍ରମୁଖ ଚିତ୍ରଶିଳ୍ପୀ ତଥା କଳାନୁରାଗୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ।