PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

“ରାଜତିଳକ ପାଇଁ ସଜବାଜ ଆରମ୍ଭ କର, ଆସୁଛି ଲଣ୍ଠନ”… ଟ୍ୱିଟ୍ କଲେ ଲାଲୁଙ୍କ ଝିଅ

ପାଟନା, ୦୯/୦୮ : ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିବା ପରେ ଏବେ ରାଜନୈତିକ ମାହୋଲ ସରଗରମ ରହିଛି। ଏହି ମଧ୍ୟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ଟ୍ଵିଟ୍ କରି ଲେଖିଛନ୍ତି ଯେ, “ରାଜତିଲକ କି କରୋ ତୈୟାରି, ଆ ରହେ ହୈ ଲାଲଟନ ଧାରୀ”…

ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏବେ ଜେଡିୟୁ ଆରଜେଡି, କଂଗ୍ରେସ ଏବଂ ବାମ ଦଳ ସହ ମିଶି ସରକାର ଗଢିବ ବୋଲି ଆଲୋଚନା ହେଉଛି। କଂଗ୍ରେସ ଏବଂ ବାମ ଦଳ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ସମର୍ଥନ ପତ୍ର ମଧ୍ୟ ଦେଇସାରିଛନ୍ତି। ଅପର ପକ୍ଷରେ ନୀତିଶ କୁମାର ଆଜି ପାଟନାରେ ତାଙ୍କ ବାସଭବନରେ ବିଧାୟକ ଏବଂ ସାଂସଦଙ୍କୁ ବୈଠକ ପାଇଁ ଡାକିଛନ୍ତି। ସେପଟେ ଆରଜେଡି ମଧ୍ୟ ତାର ସାଂସଦ ଏବଂ ବିଧାୟକମାନଙ୍କୁ ବୈଠକ ପାଇଁ ଡାକିଛି। କଂଗ୍ରେସ ବିଧାୟକ ତେଜସ୍ଵୀ ଯାଦବଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଛନ୍ତି।

ଏହି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଆରଜେଡି ବିଧାୟକ ତେଜସ୍ଵୀ ଯାଦବ ନୂଆ ସରକାରରେ ଗୃହ ବିଭାଗ ଦାବି କରିଛନ୍ତି। ତେଜସ୍ଵୀ ଚାହୁଁଛନ୍ତି ଯେ, ନୀତିଶଙ୍କ ସରକାରରେ ତାଙ୍କୁ ଗୃହମନ୍ତ୍ରୀ କରାଯାଉ। ତେବେ ଲାଲୁ ପ୍ରସାଦଙ୍କ ଦୁଇ ପୁଅଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର