PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ରେଲଓ୍ବେ ଚାକିରି ଦେବା ବଦଳରେ ଜମି ଘୋଟାଲା ମାମଲା, ଲାଲୁ ପ୍ରସାଦ ଯାଦବଙ୍କ ସମେତ ପତ୍ନୀ ରାବଡୀ ଓ ଝିଅ ଅଭିଯୁକ୍ତ

ପାଟନା ୦୭/ ୧୦: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ମୁସ୍କିଲ ବଢିବାରେ ଲାଗିଛି । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ତାଙ୍କ ପତ୍ନୀ ରାବଡୀ ଦେବୀଙ୍କ ସମେତ ମୋଟ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଛି ସିବିଆଇ । ଜମି ବଦଳରେ ଚାକିରି ଘୋଟାଲାରେ ମୋଟ ୧୬ ଜଣଙ୍କ ନାଁ ରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଯେଉଁଥିରେ ଲାଲୁ ପ୍ରସାଦ ଏବଂ ତାଙ୍କ ପତ୍ନୀ ରାବଡୀ ଦେବୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । କେବଳ ସେତିକି ନୁହେଁ ପରିବାରର ଅନ୍ୟ ସଦସ୍ୟଙ୍କୁ ବି ସ୍କାନରରେ ରଖିଛି ସିବିଆଇ ।

ଲାଲୁ ଏବଂ ରାବଡୀଙ୍କ ବ୍ୟତିତ ଝିଅ ସୀମା ଭାରତୀ ମଧ୍ୟ ଅଭିଯୁକ୍ତ ରହିଛନ୍ତି । ରେଲଓ୍ବେରେ ଘୋଟାଲା ମାମଲାରେ ୨୦୨୧ ଡିସେମ୍ବର ୨୩ରେ ପ୍ରଥମ ଥର ମାମଲା ରୁଜୁ କରାଯାଇଥିଲା । ୟୁପିଏ ସରକାର ସମୟରେ ରେଳ ମନ୍ତ୍ରୀ ଥିବାବେଳେ ୨୦୦୪ରୁ ୨୦୦୯ ମଧ୍ୟରେ ଏହି ଘୋଟାଲା ହୋଇଥିଲା । ଯେଉଁଥିରେ ଲାଲୁ ପ୍ରସାଦ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା ସିବିଆଇ ।

ଅଭିଯୋଗ ଥିଲା ଯେ, ଲାଲୁ ପ୍ରସାଦ ଯାଦବ କେନ୍ଦ୍ର ରେଳ ମନ୍ତ୍ରୀ ଥିବାବେଳେ ରେଲଓ୍ବେ ଭର୍ତ୍ତିରେ ବ୍ୟାପକ ଘୋଟାଲା ହୋଇଥିଲା । ଚାକିରି ଆଶାୟୀଙ୍କୁ ଭର୍ତ୍ତି କରାଇ ଦେବାକୁ କହି ପ୍ରତିବଦଳରେ ଜମି ନିଆଯାଇଥିଲା । ସମସ୍ତଙ୍କୁ ଗ୍ରୁପ୍-ଡି ରେ ଦିଆଯାଇଥିଲା ଚାକିରି । ପରେ ଯେହେତୁ ସେମାନେ ଜମି ଦେଇଥିଲେ ତେଣୁ ତାଙ୍କୁ ସରକାରଙ୍କ ପକ୍ଷରୁ ନିୟମିତ କରାଯାଇଥିଲା । ବଡ କଥା ହେଉଛି ଯେଉଁ ଜମିଗୁଡିକ ନିଆଯାଇଥିଲା ସେ ସବୁ ଲାଲୁଙ୍କ ପତ୍ନୀ ରାବଡୀ ଏବଂ ଝିଅ ସୀମା ଭାରତୀଙ୍କ ନାଁ କୁ ଯାଇଥିଲା । ସିବିଆଇ କହିବା ମୁତାବିକ କେବଳ ପାଟନାରେ ୧.୦୫ ଲକ୍ଷ ବର୍ଗଫୁଟ ଜମି ଲାଲୁଙ୍କ ପରିବାର ସଦସ୍ୟଙ୍କ ନାଁ ରେ କରାଯାଇଥିଲା । ଯାହାକୁ କି ପରେ ଖୁଲାସା କରିଥିଲା ସିବିଆଇ ।

ସମ୍ବନ୍ଧିତ ଖବର