ସିଙ୍ଗାପୁରରୁ ଭାରତ ଆସିବେ ଲାଲୁ ପ୍ରସାଦ ଯାଦବ, ଟ୍ବିଟ୍ କରି ଝିଅ କଲେ ହୃଦୟସ୍ପର୍ଶୀ ନିବେଦନ

ନୂଆଦିଲ୍ଲୀ,୧୧।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦବ ଯାଦବ ସିଙ୍ଗାପୁରରୁ ଭାରତ ଫେରୁଛନ୍ତି। ଏନେଇ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ରୋହିଣୀ ଏକ ଟ୍ବିଟ୍ କରି ଲେଖିଛନ୍ତି, ଆପଣ ସମସ୍ତଙ୍କୁ ଏକ ଜରୁରୀ କଥା କହିବାକୁ ଚାହେଁ। ଏହା ହେଲା ଆମ ସମସ୍ତଙ୍କର ନେତା ଆଦରଣୀୟ ଲାଲୁଜୀଙ୍କ ସ୍ବାସ୍ଥ୍ୟକୁ ନେଇ ରହିଛି। ୧୧ ଫେବୃଆରୀରେ ବାପା ସିଙ୍ଗାପୁରରୁ ଭାରତ ଯାଉଛନ୍ତି। ମୁଁ ଜଣେ ଝିଅ ଭାବରେ ନିଜର କର୍ତ୍ତବ୍ୟ କରୁଛି। ବାପାଙ୍କୁ ସୁସ୍ଥ କରି ଆପଣ ସମସ୍ତଙ୍କ ନିକଟକୁ ପଠାଉଛି। ଏବେ ଆପଣମାନେ ବାପାଙ୍କ ଯତ୍ନ ନେବେ।’
आप सबसे एक जरूरी बात कहनी है. यह जरूरी बात हम सबों के नेता आदरणीय लालू जी के स्वास्थ्य को लेकर है.
— Rohini Acharya (@RohiniAcharya2) February 10, 2023
11 फरवरी को पापा सिंगापुर से भारत जा रहे हैं.
मैं एक बेटी के तौर पर अपना फर्ज अदा कर रही हूँ. पापा को स्वस्थ्य कर आप सब के बीच भेज रही हूँ..
अब आप लोग पापा का ख्याल रखियेगा. pic.twitter.com/GcVNV1Emly
ଉଲ୍ଲେଖନୀୟ ଯେ, ୫ ଡିସେମ୍ବର ୨୦୨୨ ରେ ସିଙ୍ଗାପୁରରେ ଲାଲୁଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ତାଙ୍କର ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ବାପାଙ୍କୁ କିଡନୀ ଡୋନେଟ୍ କରିଥିଲେ। ଲାଲଙ୍କ ୭ ଝିଅ ଓ ଦୁଇ ପୁଅଙ୍କ ଭିତରେ ରୋହିଣୀ ଦୁଇ ନମ୍ବର ଝିଅ। ଲାଲୁଙ୍କୁ କିଡନୀ ଦେବା ପରେ ରୋହିଣୀ କହିଛନ୍ତି, ମୁଁ ନିଷ୍ପତ୍ତି ନେଇଛି ମୁଁ ମରିବା ପରେ ମୋର ଅଙ୍ଗ ଦାନ କରିବି।