‘ଜନ୍ ୱିକ୍’ ଫେମ୍ ଲାନ୍ସ ରେଡ୍ଡିକ୍ଙ୍କ ପରଲୋକ, ୬୦ ବର୍ଷରେ ଦୁନିଆକୁ ଦେଲେ ବିଦାୟ

polygon
ନୂଆଦିଲ୍ଲୀ ୧୮/୦୩ : ‘ଦ ୱାୟାର୍’ ଏବଂ ‘ଜନ୍ ୱିକ୍’ ଫେମ୍ ଲାନ୍ସ ରେଡ୍ଡିକଙ୍କ ଦେହାନ୍ତ ହୋଇଛି। ୬୦ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କ ମୃତ୍ୟୁ ଖବରକୁ ତାଙ୍କ ପ୍ରତିନିଧି ମିଆ ହାନସେନ୍ ନିଶ୍ଚିତ କରିଛନ୍ତି। ଅଭିନେତାଙ୍କ ମୃତ୍ୟୁରେ ହଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଇଣ୍ଡଷ୍ଟ୍ରି ସମେତ ଫ୍ୟାନ୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି।
ରିପୋର୍ଟ ଅନୁଯାୟୀ, ପ୍ରାକୃତିକ କାରଣରୁ ଅଭିନେତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ଜାଣିବା ପରେ ‘ଦି ୱାୟାର’ ର ସହ-ତାରକା ୱେଣ୍ଡେଲ ପିରେସ ଏକ ଇମୋସନାଲ୍ ପୋଷ୍ଟ ସେୟାର କରି ଲାନ୍ସ ରେଡ୍ଡିକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି, ‘ଲାନ୍ସ ଜଣେ ଦକ୍ଷ ସଂଗୀତଜ୍ଞ ଏବଂ ଅଭିନେତା ଥିଲେ। ଏକ ବର୍ଗର ପ୍ରତୀକ। ଆମ କଳାକାର ପରିବାର ପାଇଁ ଗଭୀର ଦୁଃଖ।‘
A man of great strength and grace. As talented a musician as he was an actor. The epitome of class. An sudden unexpected sharp painful grief for our artistic family. An unimaginable suffering for his personal family and loved ones. Godspeed my friend. You made your mark here. RIP pic.twitter.com/Xy0pl5c4NR
— Wendell Pierce (@WendellPierce) March 17, 2023
୬୦ ବର୍ଷୀୟ ରେଡ୍ଡିକ ୯୦ ଦଶକରେ ‘ନ୍ୟୁୟର୍କ ଅଣ୍ଡରକଭର’ ଏବଂ ‘ୱେଷ୍ଟ ୱିଙ୍ଗ୍’ ଭଳି ଶୋ’ରେ କ୍ରେଡିଟ୍ ସହିତ କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ସେ ୨୯ ବର୍ଷ ବୟସରେ ସେ ୟେଲ ୟୁନିଭରସିଟିରେ ଅଭିନୟ ଅଧ୍ୟୟନ କରି ସ୍ନାତକ ହାସଲ କରିଥିଲେ। ନ୍ୟୁୟର୍କରେ, ସେ ପ୍ରଥମେ ‘ଦି ୱାୟାର’ ନିର୍ମାତା ଡେଭିଡ ସାଇମୋନଙ୍କ ପାଇଁ ‘ଦି କର୍ଣ୍ଣର’ ପାଇଁ ଅଡିସନ ଦେଇଥିଲେ।