ଢେଙ୍କାନାଳ,୨୯/୭: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ। ଆଜି ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ଢେଙ୍କାନାଳ ସଦର ଥାନା ବଣସିଂହ ଗାଁରେ ।
ଆଜି ପୂର୍ବାହ୍ନରେ ନିରଞ୍ଜନ ଟାଉନ ଥାନାରେ ପହଞ୍ଚିଥିଲା। ପୁଲିସ ପଚରାଉଚୁରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣାଯାଇପାରେ ବୋଲି ଏସପି ଅଭିନବ ସୋନକର କହିଛନ୍ତି ।
ଅଭିଯୁକ୍ତ ନିରଞ୍ଜନ ୨୦୨୧ ମସିହାରେ ମଧ୍ୟସ୍ତି ଭାବେ ମନ୍ତ୍ରୀଙ୍କୁ ଜମି ବିକ୍ରି କରିବାକୁ କହି ୨୫ ଲକ୍ଷ ଟଙ୍କା ନେଇଥିଲେ । ୪ ବର୍ଷ ହେଲା ଜମି ବିକ୍ରି କରିନଥିଲେ । ଟଙ୍କା ଫେରାଇ ଦେବାକୁ କହିବା ପରେ ବାରମ୍ବାର ତାରିଖ ଗଡାଇ ଚାଲିଥିଲେ । ଦେଇଥିବା ୨ଟି ଚେକ୍ ବାଉନ୍ସ ହୋଇଯାଇଥିଲା । ଶେଷରେ ଠକାମିର ଶିକାର ହୋଇ ମନ୍ତ୍ରୀ ଶ୍ରୀ ପାତ୍ର ରବିବାର ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ।