ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଜମି ବଦଳରେ ଚାକିରି ଘୋଟାଲା; ଲାଲୁଙ୍କୁ ବଡ଼ ଝଟ୍‌କା, ଟ୍ରାଏଲ୍ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନା

Published By : Rasmita Pradhan | July 18, 2025 2:06 PM

ନୂଆଦିଲ୍ଲୀ, ୧୮/୦୭ : ଲାଲୁ ପ୍ରସାଦ ଯାଦବଙ୍କ ବଢିଲା ଅଡ଼ୁଆ। ଜମି ବଦଳରେ ଚାକିରି ଦେବା ମାମଲାରେ ଲାଲୁଙ୍କୁ 'ସୁପ୍ରିମ' ଝଟ୍‌କା। ଟ୍ରାଏଲ୍ ଉପରେ ରୋକ୍ ଲଗାଇବାକୁ ମନା କଲେ ଶୀର୍ଷ ଅଦାଲତ। ଦିଲ୍ଲୀ ହାଇକୋର୍ଟଙ୍କୁ ଶୀଘ୍ର ଶୁଣାଣି କରିବାକୁ ନିର୍ଦ୍ଦେଶ। ତେବେ ଟ୍ରାଏଲ କୋର୍ଟରେ ବ୍ୟକ୍ତିଗତ ହାଜର ହେବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ବିଚାରପତି ଏମଏମ ସୁନ୍ଦରେଶ ଏବଂ ଜଷ୍ଟିସ୍ କୋଟେଶ୍ଵର ସିଂହଙ୍କ ଖଣ୍ଡପୀଠ ଏହି ଯାଚିକାରେ ଶୁଣାଣି କରିଛନ୍ତି। 

ଲାଲୁ ସିବିଆଇର ଏଫଆଇଆର ଏବଂ ୨୦୨୨, ୨୦୨୩, ୨୦୨୪ରେ ରୁଜୁ ହୋଇଥିବା ୩ଟି ମାମଲାକୁ ରଦ୍ଦ କରିବାକୁ ଯାଚିକା ଦାଖଲ କରିଥିଲେ। ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମେ' ୨୯ରେ ଟ୍ରାଏଲ୍ ଉପରେ ରୋକ୍ ଲଗାଇବାକୁ ମନା କରିଥିଲେ। ଟ୍ରାଏଲ୍ ରୋକିବାକୁ କୌଣସି ଠୋସ୍ କାରଣ ନାହିଁ ବୋଲି କହିଥିଲେ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ରେ ହେବ ବୋଲି କହିଥିଲେ।

ପ୍ରକାଶ ଥାଉକି, ୨୦୦୪ ରୁ ୨୦୦୯ ଯାଏଁ ରେଳ ମନ୍ତ୍ରୀ ଥିବା ଲାଲୁ ପ୍ରସାଦ ଯାଦବଙ୍କ କାର୍ଯ୍ୟକାଳ ସହ ଏହି ମାମଲା ଜଡ଼ିତ। ଏହି ସମୟରେ ମଧ୍ୟପ୍ରଦେଶ ଜବଲପୁର ସ୍ଥିତ ରେଲୱେର ୱେଷ୍ଟ-କଣ୍ଟ୍ରୋଲ ଜୋନରେ ଗ୍ରୁପ୍-ଡି' ନିଯୁକ୍ତିରେ ଭ୍ରଷ୍ଟାଚାର ହୋଇଥିବା ନେଇ ଲାଲୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଲାଲୁଙ୍କ ପରିବାର ଏବଂ ତାଙ୍କ ସହଯୋଗୀଙ୍କ ନାଁରେ ଜମି ରେଜିଷ୍ଟର କରିବା ବଦଳରେ ଚାକିରି ଦିଆଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.