PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ବରଗଡ଼ରେ ଚାଞ୍ଚଲ୍ୟ: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପରିବାରର ୪ଜଣଙ୍କୁ ହତ୍ୟା

ବରଗଡ଼ ୨୩/୦୫ :  ବରଗଡ଼ରେ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକିରେ ଚାଞ୍ଚଲ୍ୟ । ଜମିବାଡି ବିବାଦକୁ କେନ୍ଦ୍ର କରି ଟାଙ୍ଗିଆରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଛି । ଭଟଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ।ମୃତ ବ୍ୟକ୍ତି ମାନେ ହେଲେ ସେହି ଗ୍ରାମର ଗୁରୁଦେବ ବାଗ (୫୫),ଶିବାଗ୍ରୀ ବାଗ (୪୮),ଚୁଡାମଣି ବାଗ (୧୫) ଓ ଶ୍ରବାଣୀ ବାଗ (୧୦)।ଶିବ ବାଗ ଏମାନଙ୍କୁ ହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।ଘଟଣା ସ୍ଥଳରେରେ ବରଗଡ଼ ଏସଡିପି ଓ ଅମୃତଲାଲ ପଣ୍ଡା,ଭଟଲି ଥାନା ଅଧିକାରୀ ରଞ୍ଜିତ ନାୟକ ପ୍ରମୁଖ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି। ।

ସୂଚନା ମୁତାବିକ, ଭଟଲି ଝିକିଝିକି ଗାଁରେ ଜମିବାଡି ବିବାଦକୁ କେନ୍ଦ୍ର କରି ନିର୍ମମ ହତ୍ୟାକାଣ୍ଡ ଘଟିଛ। ଗୋଟିଏ ପରିବାରର ୪ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ପୁତୁରା, ବୋହୂ ଏବଂ ଦୁଇ ପିଲା ହତ୍ୟା କରାଯାଇଛି। ଭଟଲି ଥାନା ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଆରମ୍ଭ କରିଛି । ଆବଶକ୍ୟ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ମଧ୍ୟ ସହଯୋଗ ନେଇପାରେ ପୋଲିସ । ଅଭିଯୁକ୍ତ ଦାଦା ସଂକୀର୍ତ୍ତନ ବାଗ୍‌ ଘଟଣା ପରଠାରୁ ଫେରାର ଥିବା ଜଣାପଡିଛି । ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଅନେକ ସ୍ଥାନରେ ଚଢାଉ କରୁଛି । ଅଭିଯୁକ୍ତ ଗିରଫ ପରେ ହତ୍ୟାର ସଠିକ୍‌ ଜଣାପଡିବ ବୋଲି ପୋଲିସ ଆଶା ରଖିଛି ।