ନୂଆଦିଲ୍ଲୀ, ୩୦/୦୩: ଦିଲ୍ଲୀ ପୁଲିସକୁ ବଡ଼ ସଫଳତା । ବଡ଼ ଆକ୍ରମଣ ପୂର୍ବରୁ ଯୋଜନା ପଣ୍ଡ । ଦିଲ୍ଲୀ ବର୍ଡରରୁ ଲସ୍କର-ଏ-ତୈବାର ଆତଙ୍କବାଦୀ ଗିରଫ । ଲସ୍କର ଆତଙ୍କବାଦୀ ସବ୍ବୀର ଅହମ୍ମଦକୁ ବାନ୍ଧିଲା ଦିଲ୍ଲୀ ପୁଲିସର ସ୍ପେଶାଲ ସ୍କ୍ବାଡ୍ । ଅଭିଯୁକ୍ତ କିଛି ଦିନ ପୂର୍ବରୁ ମେଟ୍ରୋ ପୋଷ୍ଟର କେସରେ ଧରାପଡ଼ିଥିଲା । ସେତେବେଳେ ସେ ଲସ୍କର-ଏ-ତୈବା ମଡ୍ୟୁଲର ହ୍ୟାଣ୍ଡଲର ଥିଲା । ବାଂଲାଦେଶରେ ବସି ଭାରତ ବିରୋଧୀ ଷଡଯନ୍ତ୍ର ରଚୁଥିଲା । ଏହାର ପୂରା ନେଟଓ୍ବର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଇସାରାରେ ପରିଚାଳିତ ହେଉଥିଲା ।
ବଡ଼ ଆକ୍ରମଣ ଯୋଜନା ପଣ୍ଡ:
ଯାଞ୍ଚ ଅନୁଯାୟୀ, ସବ୍ବୀର ଅହମ୍ମଦ ଲୋନ୍ ଭାରତରେ ପ୍ରତିବନ୍ଧିତ ହୋଇଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ପାଇଁ କାମ କରୁଥିଲା । ସେ ଲସ୍କର ମୁଖ୍ୟ ହାପିଜ୍ ସାଇଦ୍ ଏବଂ ଜକି-ଉର-ରହମାନ ଭଳି ଆତଙ୍କବାଦୀ ସଗଂଠନ ସମ୍ପର୍କରେ ଥିଲା । ବାଂଲାଦେଶରୁ ନୂଆ ମଡ୍ୟୁଲକୁ ଅପରେଟ୍ କରି ଭାରତ ବିରୋଧୀରେ ଷଡ଼ଯନ୍ତ୍ର ପାଇଁ ଯୁବକଙ୍କୁ ଭର୍ତ୍ତି ଏବଂ ସେମାନଙ୍କ ବ୍ରେନ୍ ଓ୍ବାସ୍ ଭଳି କାମ କରୁଥିଲା । ଏଥିରେ ପାଇଁ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ତାକୁ ସହଯୋଗ କରୁଥିଲା । ଆର୍ଥିକ ଏବଂ ଅନ୍ୟ ପ୍ରକାର ସହାୟତା କରୁଥିଲା । ସବିର ଲୋନରେ ଥିଲେ ଭାରତ ଅବୈଧ ଭାବେ ପ୍ରବେଶ କରିଥିବା ବାଂଲାଦେଶୀ । ସେମାନଙ୍କ ବ୍ରେନ୍ ଓ୍ବାସ୍ କରାଇ, ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରାଉଥିଲା । ଏହା ସହିତ ଭାରତରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ପାଇଁ ଯୋଜନା କରୁଥିଲା ।
ଏହା ସହିତ ସେମାନଙ୍କ ପାଇଁ ଜାଲ୍ ପରିଚୟ ପ୍ରମାଣପତ୍ର ତିଆରି କରୁଥିଲା । ଅବୈଧ ବାଂଲାଦେଶୀଙ୍କୁ ନିଜ ଅକ୍ତିଆରକୁ ନେବା ପାଇଁ ଏନକ୍ରିପିଡିଆ ବଳି ଆପ୍ଲିକେସନକୁ ବ୍ୟବହାର କରୁଥିଲା ।ଏହାଛଡ଼ା ଆତଙ୍କବାଦୀ ଆକ୍ରମଣ ପାଇଁ ଦିଲ୍ଲୀ ଏବଂ ଭାରତର ଅନ୍ୟ ସହରରେ ରେକି କରୁଥିଲା । ପୂର୍ବରୁ ସବିର ଅହମ୍ମଦ ଲୋନକୁ ୨୦୦୭ରେ ଦିଲ୍ଲୀ ପୁଲିସ ଅସ୍ତ୍ରଶସ୍ତ୍ର କାରବାରରେ ଗିରଫ କରିଥିଲା । ତାକୁ ଆର୍ମ୍ସ ଆକ୍ଟରେ ମଧ୍ୟ ଦଣ୍ଡାଦେଶ ହୋଇଥିଲା । ପକରେ ଜାମିନରେ ଆସି ଭାରତରୁ ଫେରାର ହୋଇ ବାଂଲାଦେଶ ଚାଲିଯାଇଥିଲା । ସେଠାରେ ପୁଣି ଥରେ ଆତଙ୍କୀ ନେଟଓ୍ବର୍କକୁ ସକ୍ରିୟ କରିଥିଲା । ଯାଞ୍ଚ ଏଜେନ୍ସି ତଥ୍ୟ ଅନୁଯାୟୀ, ଏହି ମଡ୍ୟୁଲ ଭାରତରେ ଏକ ବଡ଼ ଧରଣ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ଲାନ୍ ପ୍ରସ୍ତୁତ କରୁଥିଲା । ଲାଲକିଲା ଭଳି ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକ ଟାର୍ଗେଟରେ ଥିଲେ ।
ଯାଞ୍ଚ ଏଜେନ୍ସି ଅଧିକାରୀଙ୍କ କହିବା ଅନୁଯାୟୀ, ସିବର ଲୋନ୍ ଜଣେ ପୁରୁଣା ପ୍ରଶିକ୍ଷିତ ଆତଙ୍କୀ ଅପରେଟର । ଯିଏ ବାଂଲାଦେଶରେ ବସି ଆଇଏସଆଇ ଏବଂ ଲସ୍କର ସମର୍ଥନରେ ଭାରତରେ ଆତଙ୍କୀ ନେଟଓ୍ବର୍କ ଛିଡ଼ା କରିବାକୁ ଚେଷ୍ଟା ଚଳାଇଥିଲା । ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଟିମର କାର୍ଯ୍ୟାନୁଷ୍ଠାନରେ ବଡ଼ ଆତଙ୍କୀ ଯୋଜନା ପଣ୍ଡ ହୋଇଛି ।
ଗିରଫ ପ୍ରୋଫାଇଲ୍:
ସବ୍ବୀର ଆହମଦ ଲୋନଙ୍କୁ ୨୦୦୭ରେ ସ୍ପେଶାଲ ସେଲ୍ ଦ୍ୱାରା ବହୁ ପରିମାଣର ଅସ୍ତ୍ର-ଶସ୍ତ୍ର ଓ ଗୋଲାବାରୁଦ ଯାଥା AK-47 ଓ ଗ୍ରେନେଡ୍ ସହିତ ଗିରଫ କରାଯାଇଥିଲା। ତା’ପରେ ସେ ୨୦୧୮ ପର୍ଯ୍ୟନ୍ତ ତିହାଡ଼ ଜେଲରେ ବନ୍ଦ ରହିଥିଲା । ୨୦୦୭ରେ ଗିରଫ ସମୟରେ ସବ୍ବୀରଙ୍କ ସିଧାସଳଖ ସମ୍ପର୍କ ଜମାତ-ଉଦ-ଦାୱାର ପ୍ରମୁଖ ଆତଙ୍କବାଦୀ ହାଫିଜ୍ ସଇଦ୍ ଓ ତାଙ୍କ ଉପ-ନେତା ଜାକି-ଉର-ରହମାନ୍ ଲଖଭୀ ସହିତ ଥିଲା। ସେ ପାକିସ୍ତାନର ମୁଜଫରାବାଦରେ ଅବସ୍ଥିତ LeT କ୍ୟାମ୍ପରୁ ଦୌରା-ଏ-ଆମ ଓ ଦୌରା-ଏ-ଖାସ ତାଲିମ୍ ନେଇଥିଲା ।
ଅଧିକ ପଢ଼ନ୍ତୁ-ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ, କୁଏତରେ ଇରାନ ଆକ୍ରମଣର ହେଲେ ଶିକାର