ନୂଆଦିଲ୍ଲୀ,୨୭।୬: ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତରଙ୍କ ବଡ଼ ଭାଇ ଶାହିଦ ଅଖତରଙ୍କ ମୃତ୍ୟୁ ପରେ, ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ଏକ ନୂତନ ବିବାଦ ଦେଖାଦେଇଛି। ଶାହିଦ ଅଖତରଙ୍କୁ ଇସଲାମାବାଦର ଏକ କବରସ୍ଥାନରେ ଦିଆଯାଇଥିଲା କବର। ଅନ୍ତିମ ସଂସ୍କାରରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ, ଯେଉଁଥିରେ କ୍ରୀଡା ଏବଂ ରାଜନୈତିକ ଜଗତର ବ୍ୟକ୍ତିବିଶେଷ ମଧ୍ୟ ସାମିଲ ଥିଲେ। ଏବେ ଅନ୍ତିମ ସଂସ୍କାରର ଫଟୋ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ବିବାଦ ସୃଷ୍ଟି କରିଛି। କାରଣ ଏଥିରେ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମଲାର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବାର ବହୁ ନେତା ରହିଛନ୍ତି।
ଏହି ଘଟଣାର ଏକ ଭିଡିଓ ଏବେ ସାମନାକୁ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି। ପାକିସ୍ତାନରେ କିଭଳି ଆତଙ୍କବାଦୀଙ୍କୁ ସୁରକ୍ଷା ଦିଆଯାଉଛି ଏବଂ ସେମାନେ କିଭଳି ଖୋଲାଖୋଲି ଭାବରେ ବୁଲୁଛନ୍ତି ତାହା ସାରା ବିଶ୍ବ ଦେଖିବାକୁ ପାଇଛି। ଯେଉଁ ଆତଙ୍କବାଦୀଙ୍କୁ ନେଇ ଭାରତ ଲଗାତାର ବିଶ୍ବ ଆଗରେ ନିଜର ଚିନ୍ତା ପ୍ରକାଶ କରୁଛି,ସେମାନଙ୍କୁ ଏବେ ଅନ୍ତର୍ଜାତୀୟ ସ୍ତରୀୟ ଖେଳାଳିଙ୍କ ସହ ଦେଖିବାକୁ ମିଳିଛି।
ଭାଇରାଲ ଭିଡିଓରେ ଲସ୍କର ସହ ଜଡିତ ପାକିସ୍ତାନ ମକରଜି ମୁସଲିମ୍ ଲିଗ୍ (ପିଏମ୍ଏମ୍ଏଲ)ର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ରିପୋର୍ଟ ଅନୁସାରେ, ଶାହିଦ ଅଖତରର ମୃତଦେହ ଇସଲାମାବାଦର ଏଚ୍-୮ କବରିସ୍ତାନରେ ଅନ୍ତିମ ସଂସ୍କାର ହୋଇଥିଲା। ଏଥିରେ ମୁସଲିମ୍ ଲିଗ୍ର ଅଧ୍ୟକ୍ଷ ଇନାମ-ଉର-ରେହମାନ ସହିତ ବହୁ ଲୋକଙ୍କୁ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହା ମଧ୍ୟ କୁହାଯାଉଛି ଯେ, ଭିଡିଓରେ ପିଏମ୍ଏମ୍ଏଲର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଲସ୍କର ପାକିସ୍ତାନରେ ରାଜନୀତି କରିବା ପାଇଁ ପିଏମ୍ଏମ୍ଏଲକୁ ପଲିଟିକାଲ ପ୍ରକ୍ସି ଭାବରେ ରଖିଛି। ଏହି ସଂଗଠନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛି। ଏଥିରେ ତା’ର ବଡ ନେତା ସୋଏବଙ୍କ ଭାଇଙ୍କ ଅନ୍ତିମ ସଂସ୍କାରରେ ଠିଆ ହୋଇ ରହିଛନ୍ତି।
ଇନାମ-ଉର-ରେହମାନର ନାଁ ପୂର୍ବରୁ ବି ଖୁବ୍ ଚର୍ଚ୍ଚାରେ ରହିଛି। ପାକିସ୍ତାନ ମରକଜି ମୁସଲିକ୍ ଲିଗ୍କୁ ଲସ୍କରର ପ୍ରତିଷ୍ଠାତା ହାଫିଜ୍ ସଇଦ ସହ ଜଡିତ ରାଜନୈତିକ ମଞ୍ଚ ବୋଲି କୁହାଯାଏ। ଜାତିସଂଘ ପକ୍ଷରୁ ଲସ୍କର ମୁଖ୍ୟ ହାଫିଜ୍ ସଇଦ ଜମାତ-ଉଦ୍-ଦାୱା ଏବଂ ମିଲି ମୁସଲିମ ଲିଗ୍ ଭଳି ସଂଗଠନ ଉପରେ କଟକଣା ପରେ ତାଙ୍କର କାର୍ଯ୍ୟକଳାପ ଜାରି ରଖିବା ପାଇଁ PMMLକୁ ଏକ ରାଜନୈତିକ ବିକଳ୍ପ ଭାବରେ ପ୍ରତିଷ୍ଠା କରିଥିବା ଅଭିଯୋଗ ହୋଇଛି। PMML ୨୦୨୪ରେ ପାକିସ୍ତାନ ସାଧାରଣ ନିର୍ବାଚନରେ ମଧ୍ୟ ଅଂଶଗ୍ରହଣ କରିଥିଲା, କିନ୍ତୁ ବଡ଼ ଧରଣର ପରାଜୟ ବରଣ କରିଥିଲା।
🚨 Shoaib Akhtar's Brother's Funeral. Why Were LeT Linked Leaders There?
— OsintTV 📺 (@OsintTV) June 26, 2026
Shahid Akhtar's funeral was attended by PMML Islamabad President Inam ur Rehman Kamboh and other LeT leaders.
A simple question. Why were senior LeT linked figures present at Shoaib Akhtar's brother's… pic.twitter.com/yqgq3n5fRa
ସୋସିଆଲ ମିଡିଆରେ ଭାଇରାଲ କିଛି ଫଟୋରେ ଇନାମ୍-ଉର କାମ୍ବୋର ଫଟୋ ସାମନାକୁ ଆସିଛି। ଯିଏକି PMMLର ଇସଲାମାବାଦ ମୁଖ୍ୟ ରହିଛି। ଏହା ସହ ଅବଦୁଲା ତୁର ମଧ୍ୟ ରହିଛି। ସେ ସଂଗଠନର ଡେପୁଟି ଜେନେରାଲ। ଏହି ଦୁଇଜଣଙ୍କ ସହ ହାଫିଜ ଉମର (ଜେନେରାଲ ସେକ୍ରେଟରୀ)ଏବଂ ଅମ୍ମଜଦ ଭଟ୍ଟି (ଖିଦମତ୍ କମିଟିର ଚେୟାରମ୍ୟାନ୍) ମଧ୍ୟ ରହିଛି। ସାର୍ବଜନୀକ କାର୍ଯ୍ୟକ୍ରମରେ ଏହି ବ୍ଳାକଲିଷ୍ଟ ଆତଙ୍କୀର ଫଟୋ ସାମନାକୁ ଆସିବା ଅର୍ଥ ପାକିସ୍ତାନର ମୁଖା ଏକ ପ୍ରକାର ଖୋଲି ଯାଇଛି। ସୋଏବଙ୍କ ଭଳି ବଡ଼ ଏବଂ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଖେଳାଳିଙ୍କ ସହ ତାଙ୍କ ଭିଡିଓ ଆସିବା ବିବାଦ ସୃଷ୍ଟି କରିଛି। ଅନ୍ୟପକ୍ଷେ ସୋଏବ ଏହି ଘଟଣା ନେଇ ନିଜ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଫେଇ ଦେଇ ନାହାନ୍ତି। ସେ ବଡ଼ ଭାଇଙ୍କ ମୃତ୍ୟୁକୁ ନେଇ ଖୁବ୍ ଦୁଃଖରେ ଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଥିଲେ।
ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁସାରେ, ଏହି ଅବସରରେ ସୈଫୁଲ୍ଲାହ କସୁରୀର ସାର୍ବଜନୀନ ଉପସ୍ଥିତି ଭାରତ ପାଇଁ ଚିନ୍ତାର ବିଷୟ । ତାକୁ ଲସ୍କରର ଜଣେ ବରିଷ୍ଠ ସଦସ୍ୟ ବୋଲି କୁହାଯାଏ। ୨୨ ଏପ୍ରିଲ୍ ୨୦୨୫ରେ ଜମ୍ମୁ -କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ତା’ର ସମ୍ପୃକ୍ତି ଥିଲା। ଯେଉଁଥିରେ ୨୫ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହା ପରେ, ଭାରତ ‘ଅପରେସନ୍ ସିନ୍ଦୁର’ ଆରମ୍ଭ କରିଥିଲା, ଯେଉଁଥିରେ ଅନେକ ଲସ୍କର ଆତଙ୍କବାଦୀ ନିହତ ହୋଇଥିଲେ। ଏହାର କାର୍ଯ୍ୟକୁ ଆହୁରି ଆଗକୁ ବଢ଼ାଇ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ମଧ୍ୟ ବାତିଲ କରିଦେଇଛି, ଯାହା ଆତଙ୍କବାଦୀ ସଂଗଠନକୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଛି। ଏହାକୁ ନେଇ କସୁରୀ ଭାରତ ଉପରେ ‘ଓ୍ବାଟର ଟେରୋରିଜିମ୍’ର ଅଭିଯୋଗ ଆଣିଥିଲା। ସେ ଲସ୍କର ଭଳି ଆତଙ୍କବାଦୀ ସଂଗଠନ ଏବଂ ପାକିସ୍ତାନୀ ସେନା ସହ ସମ୍ପର୍କ ବିଷୟରେ କହୁଥିବାର ଶୁଣିବାକୁ ମିଳିଥିଲା। ସେ କହୁଥିଲା ପାକିସ୍ତାନୀ ସେନା ମୋତେ ସେମାନଙ୍କ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରେ ଏବଂ ସୈନିକଙ୍କ ଶବଦାହ ପ୍ରାର୍ଥନାର ନେତୃତ୍ୱ ମଧ୍ୟ ଦିଏ।ଭାରତ ମଧ୍ୟ ମୋତେ ଭୟ କରେ।
ଆହୁରି ପଢନ୍ତୁ : America Attack on Iran: ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ; ମିସାଇଲ୍ ଓ ଡ୍ରୋନ୍ ସେଣ୍ଟରକୁ ଟାର୍ଗେଟ୍; ହୋର୍ମୁଜରେ ଜାହାଜ ଉପରେ ଆକ୍ରମଣର ନେଲା ପ୍ରତିଶୋଧ