ଭୁବନ, ୧୬।୬ :  ଭୁବନ ଥାନା ଜାତୀୟ ରାଜପଥ ୫୩ ବାଉଁଶକଣ ଗ୍ରାମ ନିକଟ ଆଇଟିଆଇ ଛକ ନିକଟରେ ମର୍ମଦୁନ୍ତ ଦୁର୍ଘଟଣା। ଦୁର୍ଘଟଣାରେ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାଉଁଶକଣ ଗ୍ରାମର ସୁଶାନ୍ତ ତ୍ରୀପାଠୀ ଓ ତାଙ୍କ ଭଉଣୀ। ଏଥିସହ ସୁଶାନ୍ତଙ୍କ ଝିଅ ଗୁରୁତର ହୋଇଛି।

ଖବର ଅନୁସାରେ ବାଉଁଶକଣ ଗ୍ରାମର ସୁଶାନ୍ତ ତ୍ରୀପାଠୀଙ୍କ ପୁଅ ବ୍ରତଘର ବୁଧବାର ହୋଇଥାନ୍ତା। ପୁଅ ବ୍ରତଘର ପାଇଁ ଲୁଗାପଟା କିଣିବାକୁ ଭୁବନ ବଜାରକୁ ଏକ ବାଇକ ଯୋଗେ ଭଉଣୀ ଓ ନିଜ ଝିଅକୁ ବସାଇ ଆସୁଥିଲେ । ଗ୍ରାମ ନିକଟରୁ ମାତ୍ର ଏକ କିଲୋମିଟର ଦୂରରେ  ପଛପଟୁ ଏକ ଅଜଣା ଗାଡି ଧକା ଦେଇ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ଝିଅଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

​​​​​​​ଆହୁରି ପଢନ୍ତୁ : ୪ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ