କାମାକ୍ଷାନଗର, ୧୭।୬ : ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତା କଡରେ ଥିବା ଗଛରେ ବାଇକ ଭରସମ୍ୟ ହରାଇ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ମହାବିରୋଡ଼ ଥାନା ମଦରଙ୍ଗାମୁଣ୍ଡା ଗ୍ରାମର ପୃଥିବୀ ନାଏକ। ଗୁରୁତର ମାନେ ମହାବିରୋଡ଼ ଗ୍ରାମର ସତ୍ୟ ପଧାନ ଏବଂ ମଦରଙ୍ଗାମୁଣ୍ଡା ଗାଁର ସରୋଜ ନାଏକ।
ସମସ୍ତେ ଏକ ବାଇକ ଯୋଗେ ପରଜଙ୍ଗ ଆଡକୁ ଯାଉଥିବା ବେଳେ ଭାରସମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ଘଟଣା ସ୍ଥଳରେ ହିଁ ପୃଥିବୀଙ୍କର ମୃତ୍ୟୁ ହୋଇଥିଲା।ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ତେବେ ଅବସ୍ଥା ସେମାନଙ୍କର ସଂକଟାପନ୍ନ ହେବାରୁ ଉଭୟେଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ମହାବିରୋଡ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।