ପ୍ରମୁଖ ଖବର
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମୋଦି ସରକାରଙ୍କ ଅନ୍ତିମ ବଜେଟ୍‌, ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଆସିପାରେ

ନୂଆଦିଲ୍ଲୀ,୩୧ା୧(ଏଜେନ୍ସି): କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍‌ ଶୁକ୍ରବାର ମୋଦି ସରକାରଙ୍କ ଷଷ୍ଠ ତଥା ଅନ୍ତିମ ବଜେଟ୍‌ (ଅନ୍ତରୀଣ) ଆଗତ କରିବେ । ସାଧାରଣ ନିର୍ବାଚନ ପରେ ନୂଆ ସରକାର ଆସିବା ପର୍ଯ୍ୟନ୍ତ ଅତିରିକ୍ତ ଖର୍ଚ୍ଚଦାବି ନେଇ ଏଥିରେ ପ୍ରସ୍ତାବ ରହିବ । ଲୋକସଭା ନିର୍ବାଚନ ପରେ ଦେଶର ନୂଆ ସରକାର ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବ ।
ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହେବାକୁ ଥିବା ଏହି କାମଚଳା ବଜେଟ୍‌ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ସରକାର ଏହି ବଜେଟ୍‌ରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବ୍ୟତୀତ ଅନେକ ମହତ୍ତ୍ୱାକାଂକ୍ଷୀ ସ୍କିମ୍‌ ଆଣି ଭୋଟର୍‌ଙ୍କୁ ଖୁସି କରିବା ପାଇଁ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି । ମୋଦି ସରକାର ନିଜର ଅନ୍ତରୀଣ ବଜେଟ୍‌ରେ ଚାଷୀଙ୍କ ଲାଗି ସ୍ୱତନ୍ତ୍ର ପ୍ୟାକେଜ୍‌ ଆଣିପାରନ୍ତି । କୃଷି ମନ୍ତ୍ରାଳୟକୁ ଏହି ବଜେଟ୍‌ରୁ ୨ ଲକ୍ଷ କୋଟି ଟଙ୍କା ମିଳିପାରେ । ଏଥିରେ ଚାଷୀମାନଙ୍କ ଋଣ ଛାଡ଼ କରାଯିବା ନେଇ ମଧ୍ୟ ସମ୍ଭାବନା ରହିଛି ।
ବଜେଟ୍‌ରେ ଖାଦ୍ୟ ସବ୍‌ସିଡି ବୃଦ୍ଧି ଘଟିପାରେ । ଖାଦ୍ୟ ସବ୍‌ସିଡି ବୃଦ୍ଧି ପାଇ ୧.୮୦ ଲକ୍ଷ କୋଟି ଟଙ୍କା ହୋଇପାରେ ବୋଲି ଆଶା କରାଯାଉଛି । ବଜେଟ୍‌ ପୂର୍ବରୁ ଖାଦ୍ୟ ମନ୍ତ୍ରାଳୟ ପକ୍ଷରୁ ଏଭଳି ଦାବି କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ଏଥିରେ ଆହୁରି ୨୦% ବୃଦ୍ଧି କରିବାକୁ ଚାହୁଛନ୍ତି । ବଜେଟ୍‌ରେ ଏ ନେଇ ଘୋଷଣା କରାଯାଇପାରେ ।
କେନ୍ଦ୍ର ସରକାର ବଜେଟ୍‌ରେ ଆୟକର ଛାଡ଼ ସୀମା ବୃଦ୍ଧି କରିପାରନ୍ତି । ଏବେ ବାର୍ଷିକ ୨.୫ ଲକ୍ଷ ଟଙ୍କା ଆୟରେ ଟିକସ ଆଦାୟ କରାଯାଉ ନଥିବା ବେଳେ ଏହି ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । କିନ୍ତୁ ଏବେ ସୁଦ୍ଧା ଏ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ ।
ଏହାବ୍ୟତୀତ ଗତ ସାଧାରଣ ବଜେଟ୍‌ ପୂର୍ବରୁ ସାର୍ବଜନୀନ ମୌଳିକ ଆୟ (ୟୁବିଆଇ) ବାବଦରେ ଅନେକ ଚର୍ଚ୍ଚା ହୋଇଥିଲା । କିନ୍ତୁ ବଜେଟ୍‌ରେ ଏହା ଘୋଷଣା ହୋଇନଥିଲା । ଏହି ସ୍କିମ୍‌ରେ ସରକାର ଗରିବ ଲୋକଙ୍କ ଆକାଉଣ୍ଟକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଛାଡ଼ିବେ ବୋଲି କୁହାଯାଉଥିଲା । ଏହା ସେତେବେଳେ କେବଳ ଚର୍ଚ୍ଚାରେ ରହିଯାଇଥିଲା । ଏଥର ଅନ୍ତରୀଣ ବଜେଟ୍‌ ପୂର୍ବରୁ ଏ ନେଇ ପୁଣି ଚର୍ଚ୍ଚା ହେଉଛି । ଅନ୍ତରୀଣ ବଜେଟ୍‌ରେ ଏହା ଘୋଷଣା ହୋଇପାରେ ।
ମୋଦି ସରକାର ଜିଏସ୍‌ଟି ଓ ନୋଟ୍‌ ବନ୍ଦୀ ଲାଗୁ କରିବା ଫଳରେ ବ୍ୟବବସାୟୀମାନେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ସେମାନଙ୍କ କାରବାର ଅତି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ଏଥର ବଜେଟ୍‌ରେ ସରକାର ବ୍ୟବସାୟୀଙ୍କ କ୍ଷତରେ ମଲମ ଲଗାଇବା ପାଇଁ କିଛି ସ୍କିମ୍‌ ଆଣିବେ ବୋଲି ଆଲୋଚନା ହେଉଛି । ସୂତ୍ର ମୁତାବକ ବ୍ୟବସାୟୀଙ୍କୁ ବୀମାଭୁକ୍ତ କରାଯାଇପାରେ । ଏହା ବାଦ୍‌ ସେମାନଙ୍କୁ ସ୍ୱଳ୍ପ ସୁଧହାରରେ ଋଣ ମିଳିପାରେ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.