ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ସରିଲା ପଞ୍ଚଦଶ ବିଧାନସଭାର ଅନ୍ତିମ ଅଧିବେଶନ, ଭାବ ବିହ୍ୱଳ ପରିବେଶରେ ପରସ୍ପରକୁ ବିଦାୟ

ଭୁବନେଶ୍ୱର,୮ ।୨(ବ୍ୟୁରୋ): ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ ସହିତ ପଞ୍ଚଦଶ ବିଧାନସଭାର ଅନ୍ତିମ ଅଧ୍ୟାୟର ଆଜି ପରିସମାପ୍ତି ଘଟିଛି । ଏଥି ସହିତ ସହିତ ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଥିବା ସମସ୍ତ ବିଧାୟକଙ୍କ ଗୃହକୁ ଆସିବାର ଦରଜା ବନ୍ଦ ହୋଇଯାଇଛି । ବେଶ୍‌ ଭାବ ବିହ୍ୱଳ ପରିବେଶରେ ପରସ୍ପରକୁ ଧନ୍ୟବାଦ ସହ ଶେଷ ଅଧିବେଶନରେ ଯବନିକା ପଡ଼ିଛି । ମାତ୍ର ୫ ଦିନର କାର୍ଯ୍ୟ ଦିବସ ମଧ୍ୟରେ ଆଗାମୀ ୪ମାସ ପାଇଁ ଲେଖାନୁଦାନ ପାରିତ ହୋଇଛି ।
ସକାଳୁ ସକାଳୁ ଗୃହ ଟିକେ ଗରମ ଥିଲା । ହେଲେ ପ୍ରଶ୍ନକାଳ ପରେ ଯେତେବେଳେ ସର୍ବଦଳୀୟ ବୈଠକ ବସିଲା ଆଉ ନିଷ୍ପତ୍ତି ହେଲା ଯେ ଆଜି ହିଁ ପଞ୍ଚଦଶ ବିଧାନସଭାର ଅନ୍ତିମ ବିଗୁଲ୍‌ ବାଜିବ, ମାହୋଲ ପୂରା ବଦଳି ଯାଇଥିଲା । ଦଳ ମତ ନିର୍ବିଶେଷରେ ବିଧାୟକମାନଙ୍କ ଚାଲି ଚଳନ ହାବଭାବ ସବୁ କିଛି ବଦଳି ଯାଇଥିଲା । ସତେ ଯେମିତି ନିରବି ଯାଇଥିଲେ ସମସ୍ତେ । ଦ୍ୱିତୀୟାର୍ଦ୍ଧରେ ବାଚସ୍ପତି ସମସ୍ତଙ୍କୁ ଗ୍ରୁପ୍‌ ଫଟୋ ଉଠାଇବା ପାଇଁ ନିମନ୍ତ୍ରଣ କରିଥିଲେ । ସମସ୍ତେ ସାଂଗ ହୋଇ ଫଟୋ ଉଠାଇଥିଲେ । ଫଟୋ ସେସନ୍‌ ସରିବା ପରେ ସମସ୍ତେ ଗୃହକୁ ଫେରିଥିଲେ । ପରିବେଶ ଗୁରୁ ଗମ୍ଭୀର ହୋଇଯାଇଥିଲା । ସେତେବେଳେ ଶାସକଦଳ ବିଧାୟକ ଡକ୍ଟର ଅରୁଣ ସାହୁ ଉଦ୍‌ବୋଧନ ଦେଉଥିଲେ । ପ୍ରଥମେ ପ୍ରଥମେ ତାଙ୍କ ଭାଷଣ ବେଶ୍‌ ବିରୋଧାତ୍ମକ ଥିଲା । ହେଲେ ଶେଷ ବେଳକୁ ସେ ମଧ୍ୟ ଭାବ ବିହ୍ୱଳ ହୋଇଯାଇ ଏକ କବିତା ପାଠ କରିଥିଲେ । ପୁଣି ଥରେ ଭାଗ୍ୟରେ ଥିଲେ ଏ ଗୃହରେ ଦେଖାହେବ ବୋଲି କହିଥିଲେ ।
ତାଙ୍କ ପଛକୁ ବକ୍ତବ୍ୟ ଆରମ୍ଭ କରିଥିଲେ, ଶାସକ ଦଳର ବିଧାୟକ ଯୋଗେନ୍ଦ୍ର ବେହେରା । ସେ ବି ଏକ କବିତା ପାଠ କରିଥିଲେ । ବେଶ ବାଷ୍ପରୁଦ୍ଧ କଣ୍ଠରେ କହିଥିଲେ ଏହା ବୋଧ ହୁଏ ମୋ ଜୀବନର ଶେଷ ଅଧିବେଶନ । ଆର ଥରକୁ ସମସ୍ତଙ୍କୁ ଟିକେଟ୍‌ ମିଳିବ ନ ମିଳିବ । ଯଦି ମିଳେ ପୁଣି ଜିତିବା କି ନାହିଁ । ତା ଛଡ଼ା ଏ ଗୃହରେ ଅନେକଙ୍କ ବୟସ ବି ସେମାନଙ୍କୁ ଗୃହକୁ ଆସିବାରେ ଅନ୍ତରାୟ ସୃଷ୍ଟି କରିବ । ତେଣୁ ଆପଣମାନଙ୍କ ସହ ଏହି ସ୍ମୃତି ସବୁଦିନେ ଅଭୁଲା ହୋଇ ରହିବ ।

{"id":2882,"width":671,"height":265}


ବିରୋଧୀଦଳ ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତିଙ୍କ କଣ୍ଠ ମଧ୍ୟ ଧନ୍ୟବାଦ ଦେଲାବେଳେ ବିଗଳିତ ହୋଇଯାଇଥିଲା । ଶ୍ରୀ ମିଶ୍ର ଧନ୍ୟବାଦ ଦେବା ଅବସରରେ କହିଥିଲେ, ୫ ବର୍ଷ ଭିତରେ ଆମେ ଅନେକ ମନ୍ତ୍ରୀ ତଥା ସରକାରଙ୍କୁ ବହୁତ୍‌ କଡ଼ା କଥା କହିଥିବୁ । ତାହା କୌଣସି ଉଦ୍ଦେଶ୍ୟମୂଳକ ନଥିଲା । ଯାହା କହିଥିଲୁ କେବଳ ପ୍ରସଙ୍ଗ ଭିତ୍ତିକ ଥିଲା । ଆଜି ପରେ ଅ।।ଉ ଏ ଗୃହରେ ସମସ୍ତଙ୍କ ସହ ଏକାଠି ହେବାର ସୁଯୋଗ ହୁଏତ୍‌ ନଆସି ପାରେ । ଆଗକୁ ନିର୍ବାଚନ । ନିର୍ବାଚନରେ ମଧ୍ୟ ପୁଣି କାହାକୁ ସମାଲୋଚନା କରିବାକୁ ପଡ଼ିପାରେ । କିନ୍ତୁ ତାହା ଆଦୌ ବ୍ୟକ୍ତିଗତ ସ୍ତରକୁ ଯାଇ ନୁହେଁ । ବିରୋଧୀଦଳ ଧର୍ମ ପାଳନ ପାଇଁ ଯାହା କରଣୀୟ ସେତିକି କରାଯିବା ଉଚିତ । ଶ୍ରୀ ବାହିନୀପତି ମଧ୍ୟ ଏହି କଥାକୁ ଦୋହରାଇଥିଲେ । ସରକାରଙ୍କୁ ନିବେଦନ କରି କହିଥିଲେ, ସରକାର ତ ସରିଲା । ଆଗାମୀ ସରକାରରେ ହୁଏତ୍‌ ସମସ୍ତେ ଆସିପାରିବା ନାହିଁ । କିନ୍ତୁ ଯିଏ ବି ଆସନ୍ତୁ ଓଡ଼ିଶାରୁ ମଦ ବନ୍ଦ ପାଇଁ ନିଷ୍ପତ୍ତି ନେବେ । ଏତିକି ଅନୁରୋଧ କରୁଛି । ମଦ ଓଡ଼ିଶାର ବହୁ କ୍ଷତି କରୁଛି । ବିଜେପି ବିଧାୟକ ରବି ନାୟକ ମଧ୍ୟ ବେଶ୍‌ ଭାବ ବିହ୍ୱଳ ହୋଇ ତାଙ୍କ ବକ୍ତବ୍ୟ ରଖିଥିଲେ । ଶେଷରେ ନିଜେ ମୁଖ୍ୟମନ୍ତ୍ରୀ ଗୃହର ମଧ୍ୟଭାଗକୁ ଯାଇ ବିରୋଧୀ ଦଳ ନେତା କଂଗ୍ରେସ ଓ ବିଜେପି ସଦସ୍ୟମାନଙ୍କ ସହ ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ ।
ବିଧାନସଭାର ଏ ବଜେଟ୍‌ ଅଧିବେଶନ ଗତ ୪ରୁ ଆରମ୍ଭ ହୋଇଥିଲା । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିବା ଏ ଅଧିବେଶନରେ ମୋଟ ୫ଟି କାର୍ଯ୍ୟ ଦିବସ ରହିଥିଲା । ଗୃହରେ ୨୬୦ଟି ତାରକା ପ୍ରଶ୍ନ ଆସିଥିଲା ବେଳେ ୪୦୭ଟି ଅଣତାରକା ପ୍ରଶ୍ନ ଆସିଥିଲା । ୧୪ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ୮ଟି କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା ।

Copyright © 2022 - Summa Real Media Private Limited. All Rights Reserved.