ପିଏ ଦେବ ପଣ୍ଡା ମୃତ୍ୟୁ ମାମଲା : ଅଦାଲତରେ ହାଜର ହେବା ପାଇଁ ପୂର୍ବତନ ଜିଲ୍ଲାପାଳଙ୍କ ଓକିଲ ସମୟ ମାଗିଲେ

ମାଲକାନଗିରି,୨୪।୧(ଆପ୍ର): ବହୁ ଚର୍ଚ୍ଚିତ ପିଏ ଦେବ ନାରାୟଣ ପଣ୍ଡା ଙ୍କ ମୃତ୍ୟୁ ମାମଲାରେ ମଙ୍ଗଳବାର ପୂର୍ବତନ ଜିଲ୍ଲାପାଳ ମନୀଶ ଅଗ୍ରୱାଲ ଙ୍କ ସହିତ ଅନ୍ୟ ତିନିଜଣ ଅଦାଲତରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ସେମାନେ ଆଦଲତ ରେ ହାଜର ନ ହୋଇ ଓକିଲ ଙ୍କ ଦ୍ଵାରା ଟାଇମ ପିଟିସନ କରିଛନ୍ତି। ମାନ୍ୟବର ଅଦାଲତ ପିଟିସନ ଗ୍ରହଣ କରି ଆସନ୍ତା ଫେବୃଆରୀ ୨୦ତାରିଖ କୁ ହାଜର ହେବା ପାଇଁ ପୁଣିଥରେ ନିର୍ଦ୍ଦେଶ ଦେଇଥିବାର ଜଣା ପଡ଼ିଛି।
ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବନଜା ପଣ୍ଡା ପୂର୍ବତନ ଜିଲ୍ଲାପାଳ ଓ ଅନ୍ୟ ତିନିଜଣ ସହଯୋଗୀଙ୍କ ନାମ ରେ ହତ୍ୟା ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଅନୁଯାଇ ଆଜି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ମାଲକାନଗିରି ଏସଡିଜେଏମ କୋର୍ଟ ରେ ହାଜର ହେବାର ଥିଲା। କୋର୍ଟ କଗନିଜେନସ ଦେବା ପରେ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ କୋର୍ଟ ସାମ୍ନାରେ ସମସ୍ତ ସାକ୍ଷୀଙ୍କୁ ହାଜର କରାଇବା ପରେ ଆଜି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସମେତ ଅନ୍ୟ ତିନି ଜଣ ସହଯୋଗୀଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ। ଆଜି ମନୀଷ ଅଗ୍ରୱାଲଙ୍କ ହାଇ କୋର୍ଟ ର ଓକିଲ ଯୁବରାଜ ପାରିକ ଓ ମାଲକାନଗିରି ର ସହଯୋଗୀ ଓକିଲ ଗୁପ୍ତପ୍ରସାଦ ମହାପାତ୍ର,ନୃସିଂହ ଚରଣ ମହାନ୍ତି ସମେତ ଅନ୍ୟ ତିନି ଜଣ ସହଯୋଗୀଙ୍କ ଓକିଲ ମଧ୍ୟ ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇ ଆଉ ଏକ ତାରିଖ ପାଇଁ ଟାଇମ ପିଟିସନ ଦେଇ ଅନୁରୋଧ କରିଥିଲେ।ଏସଡିଜେଏମ ଅଦାଲତ ଓକିଲଙ୍କର ଏହି ଅନୁରୋଧକୁ ଗ୍ରହଣ କରି ଆସନ୍ତା ଫେବ୍ରୁଆରି ୨୦ ତାରିଖ ଦିନ କୋର୍ଟରେ ମନୀଷ ଅଗ୍ରୱାଲ ଏବଂ ଅନ୍ୟ ତିନି ଜଣ ସହଯୋଗୀଙ୍କୁ ହଜାର କରାଇବାକୁ ନିର୍ଦେଶ ଦେଇଥିବାର ଜଣାପଡିଛି।
ମନୀଷ ଅଗ୍ରୱାଲଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହକିଲଙ୍କ ନାମରେ ଯିଏ ନୋଟିସ ପଠାଇଛନ୍ତି, ସେହି ନୋଟିସରେ ସର୍ଭିସ ପିଟିସନ ନଥିବା ହେତୁ ତାଙ୍କ ନାମରେ କି ଅଭିଯୋଗ ଲାଗିଛି ସେ ଜାଣିନଥିଲେ। ତେଣୁ ତାଙ୍କ ନାମରେ କେଉଁ ଅଭିଯୋଗ ରହିଛି ତାହା ଜଣାଇଲା ପରେ ସେ ଅନ୍ୟ ଏକ ତାରିଖରେ କୋର୍ଟରେ ଉପସ୍ଥିତ ହେବେ ବୋଲି ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ ମାଲକାନଗିରି ର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲା ଙ୍କ ପିଏ ଦେବନାରେୟଣ ପଣ୍ଡା ଗତ୨୦୧୯ ମସିହାରେ ଅଫିସ କୁ ଯାଇ ଘରକୁ ଫେରିନଥିଲେ ଦିନକ ପରେ ତାଙ୍କ ମୃତ ଦେହ ସତୀଗୁଡା ଜଳଭଣ୍ଡାର ରୁ ଉଦ୍ଧାର ହୋଇଥିଲା। ତାଙ୍କ ସ୍ୱାମୀଙ୍କ ମୃତ୍ୟୁପଛରେ ପୂର୍ବତନ ଜିଲ୍ଲାପାଳ ଓ ତାଙ୍କର ୩ଜଣ ସହଯୋଗୀ ଙ୍କ ହାତ ଅଛି ବୋଲି ମୃତ ପଣ୍ଡା ଙ୍କ ପତ୍ନୀ କୋର୍ଟରେ କେସ କରିଥିଲେ। ଏହି ମାମଲାର କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ ଚଳାଇଛି।