ନୂଆଦିଲ୍ଲୀ,୨୧।୧୧: ଗତ କିଛି ଦିନ ହେବ କୁଖାତ୍ୟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇ ବେଆଇନ୍ ଦସ୍ତାବିଜ ସହ ଗିରଫ ହୋଇଥିଲା। ୨୬ ବର୍ଷୀୟ ଅନମୋଲ ବହୁ ହାଇ ପ୍ରୋଫାଇଲ ମାମଲାରେ ଜଡିତ ଅଛି। ୨୦୨୨ ରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲଙ୍କୁ ହତ୍ୟା ମାମଲାର ତା’ର ସମ୍ପୃକ୍ତି ରହିଛି। ଏହାଛଡା ସେ ଗତ ମାସ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦକିଙ୍କ ହତ୍ୟା ଓ ଜୁନ୍ ୨୦୨୪ ରେ ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ଗୁଳିମାଡ କରିବା ଘଟଣାରେ ଅଭିଯୁକ୍ତ। ଅନମୋଲ ବିଷ୍ଣୋଇ ବର୍ତ୍ତମାନ ଆମେରିକାର ଆୟୋବାରେ ପୋଟ୍ଟାଭଟ୍ଟମି କାଉଣ୍ଟି ଜେଲ୍ରେ ଅଛି। ଏହି ଜେଲ୍କୁ ‘ସ୍କ୍ବିରଲ୍ କେଜ୍ ଜେଲ୍’ ନାମରେ ଜଣାଯାଏ।
‘ସ୍କ୍ବିରଲ୍ କେଜ୍ ଜେଲ୍’ର ଇତିହାସ ଖୁବ୍ ମଜାଦାର। ଏହି ଜେଲ୍ ନିଜର ଅଦ୍ଭୁତ ବାସ୍ତୁକଳା ପାଇଁ ଖୁବ୍ ପ୍ରସିଦ୍ଧ। ତେବେ ଏହି ଜେଲ୍କୁ ନେଇ ଏଭଳି କାହାଣୀ ରହିଛି ତାହା ଖୁବ୍ ଭୟଙ୍କର। ୧୮୮୫ ରେ ତିଆରି ଏହି ଜେଲ୍ ଏକ ଚର୍ଚ୍ଚର ଶବାଗାର ମୈଦାନରେ ତିଆରି କରାଯାଇଥିଲା। ଆମେରିକାରେ ଥିବା ତିନି ରିଭଲିଂ ଜେଲ୍ ଭିତରୁ ଏହି ଜେଲ୍ ନିଜର ଭୟଙ୍କର ଓ ଅଦ୍ଭୁତ ଡିଜାଇନ୍ ପାଇଁ ଜଣାଯାଏ। ଜେଲ୍ରେ କିଛି ଭୌତିକ କାଣ୍ଡ ଘଟୁଥିବାର ମଧ୍ୟ ଚର୍ଚ୍ଚା ହୁଏ, ଯାହାକ ସେଠାର ଏକ କବାଟକୁ ନେଇ ରହିଛ। ଏକ ଗୋଲାକର ଦ୍ବାର ରହିଛି ଏହାର ପ୍ରବେଶ ପଥ। ଏହି ଡିଜାଇନ୍ ଜରିଆରେ ଜେଲର ସହଜରେ ଯେ କୌଣସି କଏଦୀ ନିକଷର ପହଁଞ୍ଚି ପାରନ୍ତି। ଜେଲ୍ର ବ୍ୟବହାର ୧୯୬୯ ପର୍ଯ୍ୟନ୍ତ କରାଯାଉଥିଲା। ୧୯୭୧ରେ ଏହାକୁ ସଂରକ୍ଷଣ ପାଇଁ ଅଧିଗ୍ରହଣ କରାଯାଇଥିଲା ଓ ଏକ ସଂଗ୍ରାହାଳୟ ରୂପରେ ପରିବର୍ତ୍ତନ କରାଯାଇଥିଲା।
ରୂପାନ୍ତରଣ ପରେ ଜେଲ୍ ଲୋକଙ୍କର ଧ୍ୟାନ ଆକର୍ଷଣ କରିଛି। ଏହାଛଡା ଅଳ୍ପ ଭୟଭୀତ ମଧ୍ୟ ପରେ। ଜେଲ୍ରେ ସବୁବେଳେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିବା ଚର୍ଚ୍ଚା ରହିଥାଏ। ବହୁବାର କିଛି ଅସାଧରଣ ପାଦ ଚିହ୍ନ ଓ ଅଜଣା ଶବ୍ଦ ଶୁଣିବାକୁ ମିଳେ। ବହୁବାର ସେଠାର କର୍ମଚାରୀ ଏବଂ ଆଗନ୍ତୁକ ଏଭଳି ଘଟଣା ସମ୍ପର୍କରେ କହିଛନ୍ତି। ଏପରିକି ଆପେ ଆପେ ଜେଲ୍ର କବାଟ ହଲୁଥିବାର ଦେଖିବାକୁ ମିଳିଥାଏ। କିଛି ସିଢି କିମ୍ବା କବାଟ ପଛରେ କଳା ଛାୟା ବୁଲିଥିବାର ଦେଖାଯାଏ। ଏହି ଜେଲ୍ ଭିତରେ ଅତି କମ୍ରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ କଏଦୀର ହୃଦଘାତ, ଜଣେ ଛାତରୁ ପଡି, ଅନ୍ୟଜଣେ ଆତ୍ମହତ୍ୟା ଏବଂ ଶେଷରେ ଜଣେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ହୋଇଛି। ଏପରିକି ଜଣେ ଗାର୍ଡଙ୍କୁ ଗୁଳି ବାଜିବା କାରଣରୁ ବି ମୃତ୍ୟୁ ହୋଇଛି। ତା ଛଡା ଜେଲ୍ କାନ୍ଥରେ ବହୁ କୁଖ୍ୟାତ କଏଦୀଙ୍କ ହସ୍ତାକ୍ଷର ଓ ତାରିଖ ରହିଛି। ଏହି ଚିହ୍ନ ଜେଲ୍ର ଭୟାବହ ଅତୀତର ପ୍ରମାଣ।