ଗଞ୍ଜାମ, ୦୫/୦୬: ଗଞ୍ଜାମ ଜିଲ୍ଲା ହୁମା ୧୬ ନମ୍ବର ଜାତୀୟ ରାଜପଥ ହମ୍ପ୍ସ ନିକଟରେ ଅଜଣା ଗାଡି ଧକ୍କାରେ ଯୁବ ଆଇନଜୀବୀ ସୁକାନ୍ତ ବିଶ୍ୱାଳ(୪୮ ବର୍ଷ)ଙ୍କ ମୃତ୍ୟୁ ହୋଇଛି । ପୂର୍ବତନ ହୁମା ସରପଞ୍ଚ ତଥା ସୁକାନ୍ତଙ୍କ ବାପା ଉଦୟ ବିଶ୍ୱାଳ ଏନେଇ ଥାନାରେ ଏତଲା ଦେଇଛନ୍ତି ।
ସୂଚନା ମୁତାବକ, ଗୁରୁବାର ଭୋର ୪ଟାରେ ରାସ୍ତା ଅତିକ୍ରମ କରିବା ସମୟରେ ଏକ ଅଜଣା ଗାଡ଼ି ସୁକାନ୍ତ ବିଶ୍ୱାଳଙ୍କୁ ଧକ୍କା ଦେଇଥିଲା । ସେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।