PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଜାମିନରେ ମୁକୁଳିଲେ ନେତା ଅବକାଶ ସାହୁ, ପରିବେଶ ସୁରକ୍ଷା ଆନ୍ଦୋଳନରୁ ହୋଇଥିଲେ ଗିରଫ

ହରଭଙ୍ଗା, ୧୮।୩: ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଛତରଙ୍ଗ ଗ୍ରାମପଞ୍ଚାୟତର ଖରଭୁଇଁ ଓ ବାଇଶିପୋଡ଼ା ଗ୍ରାମରେ ଘନ ଜନବସତି ନିକଟସ୍ଥ ଜଙ୍ଗଲରେ ପଥର ଖାଦାନ କରି ବ୍ଲାଷ୍ଟିଙ୍ଗ୍ କରାଯାଇଥିଲା । ଫଳରେ ଅଧିକାଂଶ ଲୋକଙ୍କ ପକ୍କା ଘର କାନ୍ଥ ଫାଟ ପଡ଼ିବା ଓ ଗ୍ରାମ ଭିତରେ ପ୍ରତିଷ୍ଠିତ କ୍ରସର ଯୋଗୁଁ ସବୁଜ ବନାନୀ ଓ ଫସଲ ନଷ୍ଟ ହୋଇଥିଲା । ଘଟଣା ପ୍ରତିବାଦରେ ଖରଭୂଇଁ ଗ୍ରାମବାସୀଙ୍କୁ ସାଥିରେ ନେଇ ଏହି ଅଞ୍ଚଳର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ଅବକାଶ ସାହୁ ଆନ୍ଦୋଳନକୁ ଓହ୍ଲାଇଥିଲେ । ପରେ ହରଭଙ୍ଗା ଥାନା ଅଧିକାରୀ କେତେକ ମକଦ୍ଦମାରେ ତାଙ୍କୁ ଜଡ଼ିତ କରାଇ ୧୫ ନଭେମ୍ବର ୨୦୨୨ରେ ଗିରଫ କରି ଜେଲ ପଠାଇଥିଲେ । ଜେଲ ପଠାଇବା ପରେ ଗୋଟିକ ପରେ ଗୋଟିଏ  ମକଦ୍ଦମା ପିଛିଲା ତାରିଖରୁ କରାଇ ତାଙ୍କୁ ଜେଲରେ ଅଟକ ରଖିଥିଲେ ।

ଗତ ୧୪ମାର୍ଚ୍ଚ୨୦୨୩ରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରି ଜାମିନ ଦେବାପାଇଁ ତଳ କୋର୍ଟକୁ ରାୟ ପ୍ରଦାନ କରିଥିଲେ । ମାନ୍ୟବର ହାଇକୋର୍ଟଙ୍କ ଉକ୍ତ ରାୟ ଭିତ୍ତିରେ ହରଭଙ୍ଗା ଜେ.ଏମ.ଏଫ.ସି କୋର୍ଟ ଅବକାଶ ସାହୁଙ୍କୁ ଜାମିନିରେ ମୁକୁଳାଇଛନ୍ତି । ବୌଦ୍ଧ ଜେଲରୁ ଶ୍ରୀଯୁକ୍ତ ସାହୁ ମୁକୁଳିବା ପରେ ଶହ ଶହ ଛତରଙ୍ଗ ଗ୍ରାମବାସୀ ଛତରଙ୍ଗ ନିଜ ବାସଭବନଠାରେ ସମ୍ବର୍ଦ୍ଧିତ କରିଛନ୍ତି ।