PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ବିରୋଧୀ ଦଳ ନେତାଙ୍କ ଅଭିଯୋଗ- ସବୁ ଇଭିଏମ୍‌ର ଦୋଷ

ନୂଆଦିଲ୍ଲୀ,୨୦ା୫(ଏଜେନ୍ସି): ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରକାଶ ପାଇଛି ଏକ୍‌ଜିଟ୍‌ ପୋଲ ଫଳାଫଳ । ଏଥିରେ ଏନ୍‌ଡିଏକୁ ପୁଣିଥରେ ବହୁମତ ମିଳିବ ବୋଲି ଆକଳନ କରାଯାଇଛି । ଯାହାକୁ ନେଇ ବିରୋଧୀ ଦଳମାନେ ହତୋତ୍ସାହିତ ହୋଇପଡିଛନ୍ତି । ସେମାନେ ଏବେ ଇଭିଏମ୍‌ ମୁଣ୍ଡରେ ଦୋଷ ଲଦିବା ଆରମ୍ଭ କରିଦେଲେଣି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏନେଇ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଛନ୍ତି ‘ଭୋଟ ଗଣତି ପ୍ରକ୍ରିୟାରେ କିଛି ନା କିଛି ଅସୁବିଧା ଅଛି । ଏସବୁର ସମାଧାନ ପାଇଁ ନିର୍ବାଚନ ଆୟୋଗଙ୍କୁ ପଦକ୍ଷେପ ନେବା ଆବଶ୍ୟକ’ । ଇଭିଏମ୍‌କୁ ନେଇ ଅନେକ କଥା ଚର୍ଚ୍ଚା ହେଉଛି । ଇଭିଏମ୍‌ ପ୍ରିଣ୍ଟରରେ ହେରଫେର କରିବା, କଣ୍ଟ୍ରୋଲ ପ୍ୟାନେଲକୁ ବଦଳାଇବା ଭଳି ଇଭିଏମ୍‌ ବ୍ୟବହାରକୁ ନେଇ ଅନେକ ଅଭିଯୋଗ ରହିଥିବା ନାଇଡୁ କହିଛନ୍ତି । ଅପରପକ୍ଷେ କଂଗ୍ରେସ ନେତା ରସିଦ୍‌ ଅଲଭି ମଧ୍ୟ ଇଭିଏମ୍‌ ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି, ‘ଏକ୍‌ଜିଟ୍‌ ପୋଲର ସର୍ଭେ ଯଦି ସତ ହୁଏ ତେବେ ଏକଥା ସତ ଯେ, ଇଭିଏମ୍‌ ସହ ନିଶ୍ଚିତ ଭାବେ କୌଣସି ଅନିୟମିତତା ହୋଇଛି’ । ଏସବୁଠୁ ଊଦ୍ଧ୍ୱର୍ରେ ଆପ୍‌ ରାଜ୍ୟସଭା ସାଂସଦ ସଂଜୟ ସିଂହ ଇଭିଏମ୍‌ ହେରଫେର ଅଭିଯୋଗ ଆଣି ସମ୍ପୂର୍ଣ୍ଣ ନିର୍ବାଚନ ରବ୍ଦ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ‘ଭିଭିପାଟ୍‌ରୁ ମିଳିଥିବା ଚିରକୁଟ ସଂଖ୍ୟା ଏବଂ ଇଭିଏମ୍‌ରେ ଦିଆଯାଇଥିବା ଭୋଟ ସଂଖ୍ୟା ଭିନ୍ନ ମିଳିଲେ ସମ୍ପୂର୍ଣ୍ଣ ନିର୍ବାଚନ ବାତିଲ କରିଦେବା ଉଚିତ୍‌’ ।

ସେହିଭଳି ସିପିଏମ୍‌ ନେତା ସୀତାରାମ ୟେଚୁରୀ ମଧ୍ୟ ସଂଜୟ ସିଂହଙ୍କ ଭଳି ସମାନ କଥା ଦୋହରାଇଛନ୍ତି । ଇଭିଏମ୍‌ରେ ଭୋଟ ସଂଖ୍ୟା ଏବଂ ଭିଭିପାଟ୍‌ରୁ ମିଳିଥିବା ଚିରକୁଟ ସଂଖ୍ୟାକୁ ମିଶାଇବା ପାଇଁ ନିର୍ବାଚନ ଆୟୋଗ କୌଣସି ପଦକ୍ଷେପ ନେଉ ନଥିବା ସେ ଅଭିଯୋଗ କରିଛନ୍ତି । ଇଭିଏମ୍‌ ଉପରେ ଆସିଥିବା ଏଭଳି ଅଭିଯୋଗ ଧାରାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ପଛରେ ପଡ଼ିନାହାନ୍ତି । ସେ କହିଛନ୍ତି ଏକ୍‌ଜିଟ ପୋଲ ଉପରେ ହେଉଥିବା ଚର୍ଚ୍ଚାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ । ଏହା ଏକ ଗେମପ୍ଳାନ ଭଳି କରାଯାଉଛି । ଏହି ଚର୍ଚ୍ଚା ଆଳରେ ଇଭିଏମ୍‌ରେ ହେରଫେର କରାଯିବା ଓ ହଜାର ହଜାର ଇଭିଏମ୍‌କୁ ବଦଳାଯିବା କଥା ମଧ୍ୟ ସେ ଉଠାଇଛନ୍ତି । ଏଥିସହିତ ସେ ଏକାଠି ହୋଇ ଲଢ଼େଇ କରିବାକୁ ସବୁ ବିରୋଧୀ ଦଳମାନଙ୍କୁ ଟୁଇଟରରେ ଆହ୍ୱାନ ଦେଇଛନ୍ତି । ଟିକେଟ କଟିବା ପରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିବା ଉଦିତ ରାଜ ମଧ୍ୟ ଏକ୍‌ଜିଟ ପୋଲକୁ ଟିଭିର ଖେଳ ବୋଲି ଦର୍ଶାଇଛନ୍ତି । ସେ କହିଛନ୍ତି ବିରୋଧୀଙ୍କୁ ହତୋତ୍ସାହିତ କରିବା ଓ ସେମାନେ ଯେଭଳି ଏକାଠି ହୋଇ ନପାରିବେ ସେଥିପାଇଁ ଏହା ଏକ ଯୋଜନା ହୋଇପାରେ । ଇଭିଏମ୍‌ରେ ଗଡବଡି କରାଯାଇଥିବା କଥା ମଧ୍ୟ ସେ ଉଠାଇଛନ୍ତି ।

ଏକ୍‌ଜିଟ ପୋଲ ଫଳାଫଳ ପ୍ରକାଶ ପାଇବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌.ଡି କୁମାରସ୍ୱାମୀ ଇଭିଏମ୍‌ର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ମୋଦି ସରକାରଙ୍କ ବେଳେ ଇଭିଏମ୍‌ ପ୍ରତି ଅଧିକ ସନ୍ଦେହ ଘନୀଭୂତ ହୋଇଛି । ଶାସକ ଦଳ ଏହାକୁ ନିଜର ଫାଇଦା ଲାଗି ବ୍ୟବହାର କରିବାର ଆଶଙ୍କା ରହିଛି । ସେଥିପାଇଁ ବିରୋଧୀ ଦଳମାନେ ସନ୍ଦେହ ପ୍ରକଟ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ପାରମ୍ପରିକ ବାଲଟ ପେପର ବ୍ୟବହାର ଲାଗି ଦାବି କରିଥିଲେ । ବିଶ୍ୱର ବିଭିନ୍ନ ଦେଶରେ ଏପରିକି ବିକାଶଶୀଳ ଦେଶରେ ମଧ୍ୟ ପାରମ୍ପରିକ ଭାବେ ନିର୍ବାଚନରେ ବାଲଟ ପେପର ବ୍ୟବହାର କରାଯାଉଛି । ଭାରତରେ କାହିଁକି ନୁହେଁ ବୋଲି ସେ ପଚାରିଛନ୍ତି । ଏଥିସହିତ ସେ ଏକଜିଟ ପୋଲର ଆକଳନକୁ ଖାରଜ କରିଛନ୍ତି । କହିଛନ୍ତି ଏହା ଏକ୍‌ଜିଟ ପୋଲ । ଏକ୍‌ଜାକ୍ଟ ପୋଲ ନୁହେଁ । ମେ ୨୩ ଫଳାଫଳ ପରେ ବିଜେପି ସରକାର ଗଢ଼ିବାକୁ ଆବଶ୍ୟକ ସଂଖ୍ୟା ପାଇବ ନାହିଁ । ସେଥିପାଇଁ ଛୋଟ ଛୋଟ ଦଳକୁ ନେବା ଲାଗି ଉଦ୍ୟମ ଆରମ୍ଭ କରିଛି । ବିଜେପି ଟେଲିଭିଜନ ଚ୍ୟାନେଲରେ କୃତ୍ରିମ ହାୱା ସୃଷ୍ଟି କରୁଛି ବୋଲି କୁମାରସ୍ୱାମୀ ଅଭିଯୋଗ ଆଣିଛନ୍ତି ।

ସମ୍ବନ୍ଧିତ ଖବର