PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପୁରୁଷମାନେ ଛାଡିଦିଅନ୍ତୁ ଏହି ୩ ଖରାପ ଅଭ୍ୟାସ: ଶରୀର ହୋଇଯିବ ଶକ୍ତ, ଆବଶ୍ୟକ ନାହିଁ ଜିମ୍ ଯିବା

source:www.muscleandfitness.com

ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ମଣିଷ ଏତେ ମଗ୍ନ ହୋଇଯାଇଛି ଯେ ତାକୁ  ବିଭିନ୍ନ ରୋଗର ସମୁଖୀନ ହେବାକୁ ପଡୁଛି । ଏହି ରୋଗ ଫଳରେ ମଣିଷ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ପୂର୍ବେ ଲୋକମାନେ ନିଜ ଦିନଚର୍ଯ୍ୟା ସହିତ ଖାଦ୍ୟପେୟ ଉପରେ ଧ୍ୟାନ ରଖି ୧୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରୁଥିଲେ । କିନ୍ତୁ ଆଜିର ଏହି ସ୍ମାର୍ଟଯୁଗରେ ମଣିଷ ୬୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ମଧ୍ୟ କଷ୍ଟକର ହୋଇପଡିଲାଣି ।

ଏହାର ମୁଖ୍ୟ କାରଣ ହେଉଛି ମଣିଷ ନିଜ ଜୀବନରେ ପଇସା କମାଇବାକୁ ଅଧିକ ଗୁରୁତ୍ୱ ଦେଉଛି । ଯେଉଁ କାରଣରୁ ସେମାନଙ୍କୁ ଖାଇବାକୁ ସମୟ ମିଳୁଛି ନା ଶୋଇବାକୁ । ବ୍ୟସ୍ତତା ଯୋଗୁଁ କେହି ନିଜ ଶରୀର ପାଇଁ ସମୟ ଦେଇ ପାରୁନାହାନ୍ତି । ସମସ୍ତେ ଚାହୁଁଛନ୍ତି ତାଙ୍କ ଶରୀର ଫିଟ୍ ରହୁ କିନ୍ତୁ ସେଥିପାଇଁ ଏକ୍ସରସାଇଜ୍ କରିପାରୁନାହାନ୍ତି ।

ଖାଲି ଏତିକି ନୁହେଁ । ଆଜି କାଲି ସମସ୍ତେ ବହୁତ ବଦଭ୍ୟାସ ରଖିଛନ୍ତି ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରେ ଲାଗିଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବଦଭ୍ୟାସ ସମ୍ପର୍କରେ କହିବୁ ଯାହାକୁ ଛାଡିବା ଫଳରେ ଆପଣ ନିଜ ଶରୀରକୁ ଅଧିକ ଶକ୍ତ କରିପାରିବେ ।

ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା
ଅନେକ ଲୋକ ବହୁତ ଡେରିରେ ବିଛଣାକୁ ଯାଆନ୍ତି ପୁଣି ବିଛଣାରେ ମଧ୍ୟ ଅନେକ ସମୟ ସ୍ମାର୍ଟଫୋନରେ ବିତାଇଦିଅନ୍ତି । ପ୍ରକୃତରେ ରାତିରେ ଆମ ଶରୀରକୁ ଅଧିକ ବିଶ୍ରାମ ଆବଶ୍ୟକ ହୋଇଥାଏ । କିନ୍ତୁ ଡେରି ରାତି ପର୍ଯ୍ୟନ୍ତ ଚାହିଁବା ଫଳରେ ତା ପରଦିନ ତ ଆଳସ୍ୟରେ କଟିଥାଏ ଏବଂ ଯଦି ଲଗାତାର ଏପରି ଲାଗି ରୁହେ ତେବେ ଆମ ଶରୀର ଅସୁସ୍ଥ ହୋଇଯିବ । ଦୁର୍ବଳ ଲାଗିବ ଏବଂ ଅନେକ ରୋଗ ଶରୀରକୁ ଆକ୍ରାନ୍ତ କରିବ । ଅନିଦ୍ରା ଫଳରେ ରୋଗ ସହିତ ଲଢୁଥିବା ହର୍ମୋନ୍ସ ଦୁର୍ବଳ ହୋଇଯାନ୍ତି ।

ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନକରିବା
ଆଜିକାଲି ଅଧିକାଂଶ ଲୋକ ଠିକ୍ ସମୟରେ ଖାଦ୍ୟ ଖାଆନ୍ତିନାହିଁ । ଆମେ ସକାଳ ଜଳଖିଆ, ଦ୍ୱିପ୍ରହର ଏବଂ ରାତ୍ରି ଭୋଜନ ଠିକ୍ ସମୟରେ କରିବା ଉଚିତ୍ । କୌଣସି ସମୟର ଖାଦ୍ୟ ମିସ୍ କରିବା ଉଚିତ୍ ନୁହେଁ । ଏପରି କରିବା ଫଳରେ ଆମ ଶରୀରର କାର୍ଯ୍ଯପ୍ରଣାଳୀରେ ବାଧା ଉପୁଜିଥାଏ ଏବଂ ଖାଦ୍ୟ ହଜମ ପ୍ରକ୍ରିୟା ଠିକ୍ ରୂପେ କାମ କରିବାରେ ଅସମର୍ଥ ହୋଇଥାଏ ।

ଆବଶ୍ୟକତାରୁ ଅଧିକ ଚିନ୍ତା କରିବା
ଯଦି ଆପଣ ଅଧିକ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଏହାର ଖରାପ ପ୍ରଭାବ ପଡିବ । ଅଧିକ ଚିନ୍ତା ଫଳରେ ମଣିଷର ମସ୍ତିଷ୍କ ଅତ୍ୟନ୍ତ ବ୍ୟସ୍ତ ରହିଥାଏ ଏବଂ ଚିନ୍ତା କରୁଥିବା ବିଷୟ ବ୍ୟତୀତ ଅନ୍ଯ କୌଣସିଥିରେ ଲାଗିନଥାଏ । ଏପରିକି ଖାଇବାକୁ ମଧ୍ୟ ଇଛା ହୋଇନଥାଏ । ଯଦି ପୁରା ଦିନ ଶରୀରରେ ଖାଦ୍ୟ ଠିକ୍ ରୂପେ ପହଞ୍ଚିବନି ତେବେ ଶରୀରର ଗ୍ରୋଥରେ ସମସ୍ୟା ଦେଖାଯିବ । ଏବଂ ତା ପରେ ବିଭିନ୍ନ ରୋଗ ଶରୀରକୁ ଆକ୍ରାନ୍ତ କରିବେ ।