PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

‘କେସ୍‌ ତୋ ବନ୍‌ତା ହୈ’ ଶୋ’ରେ ବିଗିଡ଼ିଗଲେ ଅଭିଶେକ ବଚ୍ଚନ; ବାପା ଅମିତାଭ ବଚ୍ଚନଙ୍କର ମଜାକ୍ ଉଡ଼ାଇବାରୁ ଷ୍ଟୁଡିଓରୁ ବାହାରି ଆସିଲେ

Image Courtresy: Hindustan

ମୁମ୍ବାଇ,୦୭/୧୦: ରିତେଶ ଦେଶମୁଖ, କୂଶା କପିଳା ଏବଂ ପରିତୋଷ ତ୍ରିପାଠୀଙ୍କ ଶୋ’ ‘କେସ୍‌ ତୋ ବନ୍‌ତା ହୈ’ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଶୋ’ରେ ଅତିଥି ଭାବରେ ଯୋଗଦେଇଥିଲେ ଅଭିଶେକ ବଚ୍ଚନ। କମେଡିର ଏହି ଅଦାଲତର କାଠଗଡ଼ା ଭିତରେ ଅଭିଷେକ ବଚ୍ଚନ ବସିଥିବା ନଜର ଆସିଛନ୍ତି। ସେପଟେ ଷ୍ଟେଜ ଉପରେ ରିତେଶ ଦେଶମୁଖଙ୍କୁ ଦେଖିବାକୁ ମିଳିଥିଲା। ଶୋ’ରେ ଅଭିଶେକଙ୍କୁ କମେଡିଆନ ପରିତୋଷ ତ୍ରିପାଠୀ ଅଭିତାଭ ବଚ୍ଚନଙ୍କୁ ନେଇ କିଛି କମେଡି କରିଥିଲେ। ଯାହାକୁ ଶୁଣିବା ପରେ ଅଚାନକ ରାଗି ଯାଇଥିଲେ ଅଭିଶେକ ବଚ୍ଚନ।

ଏହାକୁ ନେଇ ସେ ରିତେଶ ଦେଶମୁଖ ଓ ପ୍ରଡକ୍ସନ୍‌ ସହିତ କଥା ହେବାକୁ କହିଥିଲେ। ସେ କହିଥିଲେ ଯେ, ‘ବହୁତ୍‌ ହୋଇଗଲା। ଗେମ୍‌ରେ ମତେ ନେଇ ମଜାମସ୍ତି କରାଯାଇପାରିବ, କିନ୍ତୁ ବାପା ମା’ଙ୍କୁ ଏହା ଭିତରକୁ ଆଣିବା ଠିକ୍‌ ହେଲାନାହିଁ। ମତେ ନେଇ କମେଡି କରାଯାଇଥିଲେ ମୁଁ କିଛି କହିନଥାନ୍ତି, କିନ୍ତୁ ମୋ ବାପାଙ୍କୁ ନେଇ କମେଡି କଲେ ମୁଁ ବରଦାସ୍ତ କରିପାରିବି ନାହିଁ।’ ଏହାପରେ ଅଭିଶେକ ବଚ୍ଚନ ଶୋ’ରୁ ବାହାରି ଯାଇଥିଲେ।

ତେବେ ପ୍ରୋମୋରେ ଏହା ଏକ ଫ୍ରାଙ୍କ୍‌ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏମିତିରେ ବିଭିନ୍ନ ରିୟାଲିଟି ଶୋ’ରେ ଅଭିଶେକ ବଚ୍ଚନ ଫ୍ରାଙ୍କ୍‌ କରିବାକୁ ନେଇ ଅନେକ ଉଦାହରଣ ରହିଛି ବୋଲି ଫ୍ୟାନ୍ସ ମାନେ କହିଥିବା ବେଳେ ଏହା ପ୍ରଶାରଣ ହେବା ପରେ ହିଁ ଜଣାପଡ଼ିବ, ବାସ୍ତବରେ ଏହା ଅଭିଶେକଙ୍କ ରାଗ କେତେଦୂର ସତ। କିଛି ସୋସିଆଲ ମିଡିଆ ୟୁଜର୍ସ ମତ ରଖିଛନ୍ତି ଯେ, ଟିଆରପି ବଢ଼ାଇବା ପାଇଁ ପ୍ରଡକ୍ସନ୍‌ ପକ୍ଷରୁ ଏମିତି କରାଯାଇଛି। ତେବେ ଏହାର ସମ୍ପୁର୍ଣ୍ଣ ସତ୍ୟାସତ୍ୟ ଜାଣିବା ପାଇଁ ଏପିସୋଡ ପ୍ରଶାରଣକୁ ଅପେକ୍ଷା କରିବାକୁ ପଡ଼ିବ।