PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ରାଜ୍ୟସଭାକୁ ମନୋନୀତ ହେଲେ ପିଟି ଉଷା, ପିଏମ୍ ମୋଦି ଟ୍ୱିଟ୍ କରି ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ ୬/୭: ଦେଶର ମହାନ ଆଥଲେଟ୍ ପିଟି ଉଷାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଛି । ପିଟି ଉଷାଙ୍କ ସହିତ ଫିଲ୍ମ କମ୍ପୋଜର ତଥା ସଙ୍ଗୀତକାର ଇଲୈୟାରାଜା, ବୀରେନ୍ଦ୍ର ହେଗଡେ ଏବଂ ଭି.ବିଜୟେନ୍ଦ୍ର ପ୍ରସାଦଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଯାଉଛି । ପିଏମ୍ ମୋଦି ଟ୍ୱିଟ୍ କରି ଏନେଇ ସୂଚନା ଦେବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପିଏମ୍ ମୋଦି ପିଟି ଉଷାଙ୍କ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ପିଟି ଉଷା ଖେଳରେ ନିଜ ଉପଲବ୍ଧି ପାଇଁ ବେଶ୍ ଜଣାଶୁଣା । କିନ୍ତୁ ଗତ କିଛି ବର୍ଷରେ ସେ ନୂଆ ଖେଳାଳୀଙ୍କୁ ମାର୍ଗଦର୍ଶନ କରିଛନ୍ତି ଯାହା କି ପ୍ରଶଂସାଯୋଗ୍ୟ । ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଉଛି ଏବଂ ଏଥିପାଇଁ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପିଏମ୍ । ଇଲାୟାରାଜାଙ୍କ ସମ୍ପର୍କରେ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ସେ ପିଢି ପରେ ପିଢି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଆସିଛନ୍ତି । ସେ ଜଣେ ବିନମ୍ର ବ୍ୟକ୍ତି ଏବଂ ସେ ବହୁତ କିଛି ହାସଲ କରିଛନ୍ତି । ସେ ରାଜ୍ୟସଭାକୁ ମନୋନୀତ ହେବା ଅତି ଖୁସିର କଥା ବୋଲି ପିଏମ୍ କହିଛନ୍ତି ।

ବୀରେନ୍ଦ୍ର ହେଗଡେଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଯାଉଛି । ତାଙ୍କ ସମ୍ପର୍କରେ ସୂଚନା ଦେଇ ପିଏମ୍ କହିଛନ୍ତି କି ‘ସେ ଲୋକଙ୍କ ସେବାରେ ସବୁବେଳେ ଆଗରେ । ଧର୍ମସ୍ଥଳ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଅନେକ ମହାନ୍ କାର୍ଯ୍ୟ ସେ କରିଛନ୍ତି ଏବଂ ମୁଁ ମଧ୍ୟ ଏସବୁ ଦେଖିବାର ସୁଯୋଗ ପାଇଛି । ସେ ନିଶ୍ଚିତ ରୂପେ ସଂସଦୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ।‘ ଏହା ସହ ପିଏମ୍ ମୋଦି ଭି. ବିଜୟେନ୍ଦ୍ର ପ୍ରସାଦଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।