ନୂଆଦିଲ୍ଲୀ, ୧୭/୦୪ : 'ହିଜାବକୁ ଅନୁମତି ହେଲେ ବିନ୍ଦି, ତିଳକକୁ ନାଁ'। କର୍ମଚାରୀଙ୍କ ପାଇଁ ବିବାଦୀୟ ନିୟମ ଲାଗୁ କରି ବିବାଦ ଘେରରେ ଲେନ୍ସକାର୍ଟ। ଧର୍ମ ଭେଦଭାବ ନିୟମ ଆଣି ଫସିଲେ ମାଲିକ। ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ପରେ ସ୍ପଷ୍ଟୀକରଣ ରଖିଲେ ଲେନ୍ସକାର୍ଟ ଫାଉଣ୍ଡର ପୀୟୁଷ ବଂସଲ।
ସୂଚନାନୁଯାୟୀ, ନିକଟରେ ଲେନ୍ସକାର୍ଟ କମ୍ପାନୀର 'ଲେନ୍ସକାର୍ଟ ଷ୍ଟାଫ୍ ୟୁନିଫର୍ମ ଆଣ୍ଡ ଗ୍ରୁମିଂ ଗାଇଡ୍' ନାମକ ଏକ ନିୟମାବଳୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ନିୟମାବଳୀ ଅନୁଯାୟୀ, ଲେନ୍ସକାର୍ଟ ଷ୍ଟୋରରେ କାମ କରୁଥିବା କର୍ମଚାରୀ ଡ୍ୟୁଟି ସମୟରେ କଳା ରଙ୍ଗର ହିଜାବ କିମ୍ଵା ପଗଡ଼ି ପିନ୍ଧି ପାରିବେ। ହେଲେ ବିନ୍ଦି କିମ୍ଵା ତିଳକ ପିନ୍ଧି ପାରିବେ ନାହିଁ ବୋଲି କୁହାଯାଇଥିଲା। କମ୍ପାନୀର ଏଭଳି ଧାର୍ମିକ ଭେଦଭାବ ନିୟମ ପାଇଁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ କମ୍ପାନୀ ଫାଉଣ୍ଡର ପୀୟୁଷ ବଂସଲ ସ୍ପଷ୍ଟୀକରଣ ରଖିଥିଲା। ଏହା ପୁରୁଣା ନିୟମ ଏବଂ କମ୍ପାନୀର ବର୍ତ୍ତମାନର ନୀତି ନିୟମ ନୁହେଁ ବୋଲି ମନା କରିଥିଲେ। ଏଥିପାଇଁ କ୍ଷମା ପ୍ରାର୍ଥନା ବି କରିଥିଲେ।
Hi, all. I’ve been seeing an inaccurate policy document going viral about Lenskart.
— Peyush Bansal (@peyushbansal) April 15, 2026
I want to speak directly that this document does not reflect our present guidelines.
Our policy has no restrictions on any form of religious expression, including bindi and tilak, and we…
ପୀୟୁଷ ବଂସଲ କହିଥିଲେ ଯେ, କର୍ମଚାରୀଙ୍କୁ ବିନ୍ଦି କିମ୍ଵା ତିଳକ ଲଗାଇବାକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି। ଆମ ନୀୟମାବଳୀରେ କୌଣସି ପ୍ରକାରର ଧାର୍ମିକ ଭେଦଭାବ କରାଯାଇ ନାହିଁ। ଆମେ ମଝିରେ ମଝିରେ ଆମ ନିୟମ ଗୁଡ଼ିକୁ ସମୀକ୍ଷା କରୁ। ଏହା କେବଳ ଏକ ଭ୍ରମ। ଏଥିପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ତେବେ କମ୍ପାନୀ ଫାଉଣ୍ଡରଙ୍କ ସ୍ପଷ୍ଟୀକରଣକୁ ବହୁ ଲୋକ ମିଥ୍ୟା ବୋଲି ଅଭିଯୋଗ କରିଛନ୍ତି। ଏହି ନିୟମ ୨୦୨୬ ଫେବୃଆରୀ ମାସର ବୋଲି ଦାବି କରାଯାଉଛି। ଜଣେ ୟୁଜର ଲେଖିଛନ୍ତି ଯେ, ଏହା ପୁରୁଣା ନିୟମାବଳୀ ହୋଇଥିଲେ ବି, ସେହି ସମୟରେ କାହିଁକି ଭେଦଭାବ କରାଯାଇଥିଲା।
ଏହି ଖବରଟିକୁ ପଢନ୍ତୁ- TCS ଅଫିସରେ ଆତଙ୍କବାଦୀ ଷଡ଼ଯନ୍ତ୍ର ! ଲାଲ୍ କିଲ୍ଲା ବ୍ଲାଷ୍ଟ ମାଷ୍ଟରମାଇଣ୍ଡ ସହ ନିଦା ଖାନ୍ଙ୍କ ସମ୍ପର୍କ !