ଟ୍ରଫି ସହ ବେଡ୍ରେ ଶୋଇଥିବା ନଜର ଆସିଲେ ଷ୍ଟାର୍ ମେସି, ବିଶ୍ବକପ୍ ବିଜୟ ପରେ ଆର୍ଜେଣ୍ଟିନାରେ ଗ୍ରାଣ୍ଡ ସେଲିବ୍ରେସନ୍

ନୂଆଦିଲ୍ଲୀ ୨୦/ ୧୨: ଆର୍ଜେଣ୍ଟିନା ଫିଫା ବିଶ୍ବକପ୍ ୨୦୨୨ ଟାଇଟଲ୍ ହାତେଇସାରିଛି । ୩୬ ବର୍ଷ ପରେ ବିଶ୍ବକପ୍ ଚାମ୍ପିୟନ ହୋଇଛି ଲିଓନେଲ୍ ମେସିଙ୍କ ଟିମ୍ । ଟ୍ରଫି ଜିତିବା ପରେ ଭାବବିହ୍ବଳ ହୋଇଯାଇଛନ୍ତି ଆର୍ଜେଣ୍ଟିନା ଫୁଟବଲର । କେବଳ ଖେଳାଳି ନୁହେଁ ପୂରା ଦେଶ ଏବେ ଉତ୍ସବମୁଖର । ଆର୍ଜେଣ୍ଟିନାର କୋଣ ଅନୂକୋଣରେ ଚାଲିଛି ସେଲିବ୍ରେସନ୍ ।
ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ୍ ମେସି ବେଡ୍ରେ ଶୋାଇଥିବା ବେଳେ ବିଶ୍ବକପ୍ ଟ୍ରଫି ସହ ପୋଜ୍ ଦେଇ ଫଟୋ ସୁଟ୍ କରିଥିବା ଦେଖିବାକୁ ମିଳିଛି । ଟିମ୍ ସଦସ୍ୟ ଏବଂ ପ୍ରଶଂସକଙ୍କ ସହ ସେଲିବ୍ରେସନ୍ କରିବା ପରେ ଏଭଳି ପୋଜ୍ର ଫଟୋ ପୋଷ୍ଟ କରିଛନ୍ତି ମେସି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିବା ସହିତ କ୍ୟାପସନ୍ରେ ମେସି ଲେଖିଛନ୍ତି “Buen día” ଅର୍ଥାତ୍ ‘ଦିନ ଭଲରେ କଟିଲା’ । କାତାରରୁ ଫେରି ନିଜ ଦେଶ ଆର୍ଜେଣ୍ଟିନାରେ ପାଦ ରଖିବା ପରେ ଖେଳାଳି ଏବଂ ସହଯୋଗୀ ସଦସ୍ୟଙ୍କୁ ଗ୍ରାଣ୍ଡ ଓ୍ବେଲକମ୍ କରାଯାଇଛି । ଏଜେଇଜା ଏୟାରପୋର୍ଟରେ ଅସମ୍ଭବ ଭିଡ ସାଙ୍ଗକୁ ବିଭିନ୍ନ ନାରାରେ ପ୍ରକମ୍ପିତ ହୋଇଥିବା ପୂରା ଅଞ୍ଚଳ ।

ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହୋଇଥିବା ଫାଇନାଲ ମୁକାବିଲାକୁ କେବେ ଭୁଲିବେନି ଫୁଟବଲ ପ୍ରେମୀ । କାରଣ ଶେଷ ଯାଏଁ ଉଭୟ ଟିମ୍ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା । ଶେଷରେ ପେନାଲିଟି କର୍ଣ୍ଣରରେ ଫ୍ରାନ୍ସକୁ ୨-୪ ଗୋଲ୍ରେ ହରାଇଥିଲା ଆର୍ଜେଣ୍ଟିନା । ଫାଇନାଲ ମ୍ୟାଚରେ ହିରୋ ସାଜିଛନ୍ତି ନିଜେ ଅଧିନାୟକ ଲିଓନେଲ୍ ମେସି । ଦଳର ବିଜୟ ପରେ ଦେଶର ରାଜଧାନୀରେ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାର୍ଟି ଚାଲିଛି । କାରଣ ଡିଏଗୋ ମାରାଡୋନାଙ୍କ ପରେ ଅର୍ଥାତ୍ ୩୬ ବର୍ଷ ପରେ ଦଳ ଫିଫା ବିଶ୍ବକପ ଜିତିଛି । ଆଉ ମେସିଙ୍କ ଦୀର୍ଘଦିନର ସ୍ବପ୍ନ ସାକାର ହୋଇଛି ।

