PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଢେଙ୍କାନାଳ ବନଖଣ୍ଡରେ ଅସୁରକ୍ଷିତ ବନ୍ୟପ୍ରାଣୀ, କଲରାପତରିଆ ବାଘର ମୃତଦେହ ଠାବ

ହିନ୍ଦୋଳ, ୨୫/୦୧ : ଢେଙ୍କାନାଳ ବନଖଣ୍ଡରେ ଅସୁରକ୍ଷିତ ବନ୍ୟପ୍ରାଣୀ। ମଙ୍ଗଳବାର ସଦର ବନାଞ୍ଚଳ ଅଧୀନ ମହୁଲପଡ଼ା ଗ୍ରାମ ନିକଟ ପାଟପୁରି ରିଜର୍ଭ ଜଙ୍ଗଲରୁ ଏକ ଛୁଆହାତୀର ମୃତଦେହ ମିଳିବାର ୨୪ ଘଣ୍ଟା ନପୂରୁଣୁ ଆଜି ହିନ୍ଦୋଳ ବନାଞ୍ଚଳ ସତମାଇଲି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି।

ସୂଚନା ଅନୁସାରେ, ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ ଅନ୍ତର୍ଗତ ବାରିହାରଗଡି ଗ୍ରାମ ନିକଟସ୍ଥ ଏକ ନାଳରେ ବୁଧବାର ଏକ କଲରାପତରିଆ ବାଘର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ବାଘକୁ କୌଣସି ଉପାୟରେ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବନବିଭାଗ ଛାନଭିନ ଚଳାଇଛି। ଏଠାରେ କ୍ରମାଗତ ବନ୍ୟଜନ୍ତୁଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।